Advertisment

ଦେଢ ବର୍ଷର ପୁଅକୁ ଝୁଣି ଦେଉଥିଲା କୁକୁର, ହଠାତ୍‌ ପହଞ୍ଚିଗଲେ ବାପା

ପିଲାଟି ଘରେ ଥିବା ବେଳେ ହଠାତ୍‌ ପାହାଚ ତଳକୁ ଚାଲି ଆସି ଖେଳିବାରେ ଲାଗିଲା। ଏହି ସମୟରେ କ୍ଷୀପ୍ର ବେଗରେ ଏକ କୁକୁର ମାଡ଼ି ଆସି ପିଲାଟିକୁ କାମୁଡ଼ି ପକାଇଲା।

author-image
Niharika Rout
stray dog

stray dog

ଘରେ ଖେଳୁଖେଳୁ ହଠାତ୍‌ ବାହାରକୁ ଚାଲି ଆସିଲା ଦେଢ ବର୍ଷ ପୁଅ। ବାହାରେ ଛୁଆଟିକୁ ଏକୁଟିଆ ଦେଖି ଝାମ୍ପି ପକାଇଲା ବୁଲା କୁକୁର। ମାତ୍ର ଠିକ୍‌ ସମୟରେ ପିଲାଟିର ବାପା ପହଞ୍ଚି ତାକୁ ବଞ୍ଚାଇ ଦେଇଥିବା ବେଳେ ପିଲାଟି କିନ୍ତୁ ଗୁରୁତର ହୋଇ ପଡ଼ିଥିବା ଜଣାଯାଇଛି। ଏପରି ଏକ ଲୋମଟାଙ୍କୁରା ଘଟଣା ଗୁଜରାଟର ଅହମ୍ମଦାବାଦର ଜୁହାପୁରା ଅଞ୍ଚଳରେ ଘଟିଛି। ଏହାର ସିସିଟିଭି ଫୁଟେଜ ଏବେ ଭାଇରାଲ ହେବାରେ ଲାଗିଛି ।

Advertisment

ଭିଡିଓରେ ଦେଖିବାକୁ ମିଲୁଛି, ପିଲାଟି ଘରେ ଥିବା ବେଳେ ହଠାତ୍‌ ପାହାଚ ତଳକୁ ଚାଲି ଆସି ଖେଳିବାରେ ଲାଗିଲା। ଏହି ସମୟରେ କ୍ଷୀପ୍ର ବେଗରେ ଏକ କୁକୁର ମାଡ଼ି ଆସି ପିଲାଟିକୁ କାମୁଡ଼ି ପକାଇଲା। ପିଲାଟିର ଚିତ୍କାର ଶୁଣି ପରିବାର ଲୋକେ ଦୌଡ଼ି ଆସିଥିଲେ।

ପିଲାଟିର ବାପା ତାକୁ କୁକର କବଳରୁ ରକ୍ଷା କରିବାକୁ ଆପ୍ରାଣ ଚେଷ୍ଟା କରିଥିବା ବେଳେ କୁକୁର କିନ୍ତୁ ପିଲାଟିକୁ ଛାଡ଼ି ନ ଥିଲା। ଶେଷରେ ସେ କୁକୁରକୁ ଟେକି ଫୋପାଡ଼ି ଦେବା ସହ ନିଜ ଛୁଆକୁ ଉଠାଇ ନେଇଥିଲେ।

Advertisment

ପିଲାଟିର ମୁହଁ, ହାତ ଓ ପେଟରେ କୁକୁର କାମୁଡ଼ି ଦେଇଥିବାରୁ ଅବସ୍ଥା ଗୁରୁତର ରହିଛି। ତାକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Dog Attack Boy