Advertisment

ଓଲଟି ପଡ଼ିଲା ଟମାଟୋ ବୋଝେଇ ଟ୍ରକ୍; ରାତିସାରା ଜଗି ରହିଲା ପୁଲିସ

ବର୍ତ୍ତମାନ ଟମାଟୋ କିଲୋ ପିଛା ୧୦୦ ଟଙ୍କାରେ ବିକ୍ରି ହେଉଛି।

author-image
Debibandita Barick
Police in the accident spot

Police in the accident spot

ଟମାଟୋର ଦରବୃଦ୍ଧି ମଧ୍ୟରେ ଏକ ଟ୍ରକ୍ ଓଲଟି ପଡ଼ିଛି। ୧୮ ଟନ୍ ଟମାଟୋ ନେଇ ଯାଉଥିବା ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖବର ପାଇବା ମାତ୍ରେ କାଳେ ସ୍ଥାନୀୟ ଲୋକେ ଟମାଟୋ ବୋହି ନେବେ, ସେଥିପାଇଁ ପୁଲିସ ରାତିସାରା ଟମାଟୋକୁ ଜଗି ରହିଥିଲା।  

Advertisment

ସୂଚନା ଅନୁସାରେ, ଏହି ଦୁର୍ଘଟଣା ଉତ୍ତରପ୍ରଦେଶରେ ଘଟିଛି। ଟମାଟୋ ନେଇ ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉ ଥିବାବେଳେ ଉତ୍ତରପ୍ରଦେଶର ଏକ ଜାତୀୟ ରାଜପଥ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଟ୍ରକ୍ ଡ୍ରାଇଭର ଅର୍ଜୁନ କହିଛନ୍ତି ଯେ, ରାତି ୧୦ଟା ସମୟରେ ସାମ୍ନାକୁ ଏକ ଗାଈ ଚାଲିଆସିବାରୁ ଦୁର୍ଘଟଣା ହୋଇଥିଲା। ଏହି ସମୟରେ ସ୍କୁଟି ଚଲାଇ ଯାଉଥିବା ଜଣେ ମହିଳା ଟ୍ରକରେ ବାଡ଼େଇ ହୋଇ ଯାଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟ୍ରକ୍ ହେଲ୍ପର ମଧ୍ୟ ଆହତ ହୋଇଛନ୍ତି। ସୌଭାଗ୍ୟବଶତଃ କେହି ଗୁରୁତର ଭାବେ ଆହତ ହୋଇନାହାନ୍ତି। 

Advertisment

ସେପଟେ ଦୁର୍ଘଟଣା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବର୍ତ୍ତମାନ ଟମାଟୋ କିଲୋ ପିଛା ୧୦୦ ଟଙ୍କା ହୋଇଥିବାରୁ କାଳେ ସ୍ଥାନୀୟ ଲୋକେ ବୋହିନେବେ ସେଥିପାଇଁ ପୁଲିସ ରାତି ତମାମ ଟମାଟୋକୁ ସୁରକ୍ଷା ଯୋଗାଇଛି। କିଛି ପୁଲିସ କର୍ମଚାରୀ ଟମାଟୋକୁ ଜଗି ରହିଥିବାର ଫଟୋ ଓ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।   

Accident Tomato Price UP Accident Tomato Truck Accident