Advertisment

ବୁଲିବାକୁ ଯାଇ ଗିରିବାମନ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ମୃତ୍ୟୁ

ପ୍ରାୟ ୨୦୦ ଫୁଟ ତଳେ ପଡ଼ି ଯିବାରୁ ତାଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।

DeadBody

DeadBody

Advertisment

ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟର ଗିରିବାମନ ପର୍ଯ୍ୟଟନ ସ୍ଥଳରେ ଜଣେ ପର୍ଯ୍ୟଟକ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ହେଉଛି ଧନେଶ୍ୱର ମାଝୀ। ତାଙ୍କ ଘର ନୂଆପଡ଼ା ବ୍ଲକ କାଙ୍କେରମଞ୍ଜି ଗାଁରେ ବୋଲି ଜଣାପଡ଼ିଛି।

Advertisment

ଧନେଶ୍ୱର ଆଜି ସକାଳେ ପରିବାର ସହ ଗିରିବାମନ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯାଇଥିଲେ। ବୁଲିବା ବେଳେ ଅଣ ଓସାରିଆ ରାସ୍ତାରେ ଗଲା ବେଳେ ଅଜାଣତରେ ଧନେଶ୍ଵର ମାଝୀ ଖସି ପଡ଼ି ଥିଲେ। ପ୍ରାୟ ୨୦୦ ଫୁଟ ତଳେ ପଡ଼ି ଯିବାରୁ ତାଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଏନେଇ ପରିବାର ଲୋକ ଦମକଳ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ। ଦମକଳ ବାହିନୀ ସହାୟତାରେ କୋମନା ପୁଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୋମନା ମେଡିକାଲକୁ ପଠାଇଛି।

Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe