Advertisment

‘ସ୍ୱର୍ଗକୁ ସିଡ଼ି’ରେ ଚଢ଼ିବା ବେଳେ ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ସେ ସିଡ଼ିରୁ ୯୦ ମିଟର ତଳକୁ  ଖସି ଜୀବନ ହରାଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Austria

Austria

ଅଷ୍ଟ୍ରିଆରେ ଥିବା ପ୍ରସିଦ୍ଧ ସ୍ୱର୍ଗକୁ ସିଡ଼ିରେ ଘଟିଛି ଅଘଟଣ। ଏହି ସିଡ଼ି ଅତ୍ୟନ୍ତ ଲମ୍ବା ହୋଇଥିବା ବେଳେ ଏଥିରେ ଚଢ଼ିବା ବେଳେ ଚାଲି ଯାଇଛି ଜଣେ ବ୍ରିଟିଶ ପର୍ଯ୍ୟଟକଙ୍କ ଜୀବନ। ସେ ସିଡ଼ିରୁ ୯୦ ମିଟର ତଳକୁ  ଖସି ଜୀବନ ହରାଇଛନ୍ତି। ସିଡ଼ିରେ ୪୨ ବର୍ଷୀୟ ପର୍ଯ୍ୟଟକ ଜଣଙ୍କ ଏକାକୀ ବିନା କୌଣସି ସହାୟତାରେ ଚଢ଼ୁଥିଲେ।

Advertisment

କିନ୍ତୁ ଅଧା ବାଟରେ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ୪୦ ମିଟର ଲମ୍ବ ସିଡ଼ିରୁ ଖସିଯାଇ ସେ ୯୦ ମିଟର ତଳକୁ ପଡ଼ି ଯାଇଥିଲେ। ସିଡ଼ିଟି ଗୋଟିଏ ପାହାଡ଼ ଉପରେ ତିଆରି ହୋଇଛି। ସେପ୍ଟେମ୍ବର ୧୨ରେ ଘଟଣା ଘଟିଥିବା ବେଳେ ଏବେ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି।

ବ୍ୟକ୍ତି ଜଣଙ୍କ ସିଡ଼ିରୁ ଖସିବା ପରେ ତାଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ୍‌ ଅଧିକାରୀ ଓ ଦୁଇଟି ହେଲିକପ୍ଟର ଘଟଣା ସ୍ଥଳକୁ ଯାଇଥିଲେ। କିନ୍ତୁ ଶତ ଚେଷ୍ଟା ସତ୍ତ୍ୱେ ପର୍ଯ୍ୟଟକଙ୍କ ଜୀବନ ରକ୍ଷା କରାଯାଇ ପାରି ନାହିଁ। ତାଙ୍କ ମୃତଦେହକୁ ଉଦ୍ଧାରକାରୀ ଟିମ ଆଣିଛନ୍ତି।

Advertisment

ପ୍ରଶାସନ ପକ୍ଷରୁ ଘଟଣା ପାଇଁ କାହାକୁ ଦାୟୀ କରି ନାହାନ୍ତି। ଘଟଣା ପଛରେ କୌଣସି ପ୍ରକାରର ତୃତୀୟ ପକ୍ଷର ଅବହେଳା ନାହିଁ। ଦୁର୍ଘଟଣା ବେଳେ ସିଡ଼ିରେ ପର୍ଯ୍ୟଟକ ଜଣଙ୍କ ଏକାକୀ ଥିଲେ। ତେବେ ପ୍ରଶାସନ ପକ୍ଷରୁ ତାଙ୍କ ପରିଚୟ ସାର୍ବଜନୀନ କରାଯାଇ ନାହିଁ।

ସାଲଜବର୍ଗ ଉପକଣ୍ଠ ଡାସହଷ୍ଟେଇନ ପାହାଡ଼ ଉପରେ ଏହି ସିଡ଼ି ରହିଛି। ଏହା ଉପରେ ଚଢ଼ିବାକୁ ସମସ୍ତେ ଆଗ୍ରହ ଦେଖାନ୍ତି। ଏହାକୁ ଦେଖିବାକୁ ମଧ୍ୟ ଅନେକ ପର୍ଯ୍ୟଟକ ଆସି ଥାଆନ୍ତି।

କୁହାଯାଏ ଯେ ଏହି ସିଡ଼ିରେ ଚଢ଼ିବା ପାଇଁ ୪ଟି ପର୍ଯ୍ୟାୟ ରହିଛି। କେବଳ ପେଶଗତ ଆରୋହୀମାନଙ୍କୁ ଏହା ଉପରେ ଚଢ଼ିବାକୁ ପରାମର୍ଶ ଦିଆଯାଏ। କାରଣ ଏହା ଏମିତି ଏକ ସିଡ଼ି ଯାହା ବିନା କୌଣସି ସର୍ପୋଟରେ ପାହାଡ଼ ଉପରେ ତିଆରି ହୋଇଛି।

Tourist Destinations