Advertisment

ଗୁପ୍ତେଶ୍ୱର ଯିବାବେଳେ ଓଲଟିଲା ଭ୍ୟାନ୍‌; ମହିଳା ମୃତ, ୧୩ ଆହତ

ଗଜପତି ଜିଲ୍ଲା ମୋହନା ଥାନା କେନ୍ଦୁଘାଟିରେ ଟୁରିଷ୍ଟ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି ।

author-image
Niharika Rout
Accident

Accident

ଗୁପ୍ତେଶ୍ୱର ଯିବାବେଳେ ଓଲଟିଲା ଟୁରିଷ୍ଟ ଭ୍ୟାନ୍‌ । ଗଜପତି ଜିଲ୍ଲା ମୋହନା ଥାନା କେନ୍ଦୁଘାଟିରେ ଟୁରିଷ୍ଟ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି । ମୃତକ ଭୁବନେଶ୍ୱରର ସରୋଜିନୀ ବେହେରା ।

Advertisment

ଗୋଟିଏ ପରିବାରର ୧୩ ସଦସ୍ୟ ଗତ ରାତିରେ ଭୁବନେଶ୍ୱର ଓ ନୟାଗଡ଼ରୁ ଏକ ଭ୍ୟାନ୍‌ ଯୋଗେ ଗୁପ୍ତେଶ୍ୱର ବାହାରିଥିଲ। ଆଜି ଭୋର ସମୟରେ ଗାଡ଼ିଟି ଗଜପତି ଜିଲ୍ଲା ମୋହନା ଥାନା ରାମଗଡ଼ ନିକଟସ୍ଥ କେନ୍ଦୁଘାଟି ଅତିକ୍ରମ କରୁଥିଲା। ମାତ୍ର କେନ୍ଦୁଘାଟି ବୁଲାଣିରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଖବର ପାଇ ପୁଲିସ୍‌ ପହଞ୍ଚି ଆହତଙ୍କୁ ପ୍ରଥମେ ମୋହନା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଏହି ଦୁର୍ଘଟଣା ପରେ ଭ୍ୟାନ୍‌ ଡ୍ରାଇଭର ଫେରାର ହୋଇ ଯାଇଛି।

Advertisment

କେନ୍ଦୁଘାଟି ବୁଲାଣିରେ ବାରମ୍ବାର ଦୁର୍ଘଟଣା ଘଟଇ ଧନଜୀବନ ହାନୀ ହେଉଥିବା ବେଳେ ଏନେଇ ପ୍ରଶାସନର ଦୃଷ୍ଟି ପଡ଼ୁନି। ୧୫ ଦିନ ପୂର୍ବରୁ କେନ୍ଦ ଘାଟି ବୁଲାଣିରେ ‘ମହାକାଳ’ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ବହୁ ଯାତ୍ରୀ ଆହତ ହୋଇଥିଲେ।

ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବା ବେଳେ ବହୁ ପର୍ଯ୍ୟଟକ ଉକ୍ତ ରାସ୍ତା ଦେଇ ଯାତାୟତ କରିବେ। ଫଳରେ ଦୁର୍ଘଟଣା ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ତେଣୁ ପ୍ରଶାସନ ତରଫରୁ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

Accident Gajapati District