/odisha-reporter/media/post_attachments/uploadimage/library/16_9/16_9_0/Lightning_1712495469.jpg)
Lightning
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ବର୍ଷା ସହ ଘଡ଼ଘଡି ହୋଇଥିଲା। ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ଉଦୟପୁର ବେଳା ଭୂମିରେ ବଜ୍ରପାତରେ ୩ ଜଣ ଗୁରୁତର ଆହାତ ହୋଇଛନ୍ତି। ଗୁରୁତର ମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପଶ୍ଚିମ ବଙ୍ଗର ଦୀଘା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ମାନେ ହେଲେ ଭୋଗରାଇ ବ୍ଲକ ଉଦୟପୁର ଗ୍ରାମର ଜଣେ ଓ ଅନ୍ୟ ଦୁଇ ଜଣ ହେଉଛନ୍ତି ବାଙ୍ଗୀୟ ପର୍ଯ୍ୟଟକ ବୋଲି ଜଣା ଯାଇଛି।
Advertisment
ଆଜି ସନ୍ଧ୍ୟାରେ ଓଡିଶା ଉଦୟପୁର ବେଳାଭୂମିରେ ବର୍ଷା ହୋଇଥିଲା। ସେଇ ସମୟରେ ଉଦୟପୁର ଗ୍ରାମର ଜଣେ ଲୋକ ଓ ଅନ୍ୟ ଦୁଇ ଜଣ ବାଙ୍ଗୀୟ ପର୍ଯ୍ୟଟକ ବେଳା ଭୂମି ରେ ବୁଲୁ ଥିବା ସମୟରେ ବଜ୍ରପାତରେ ଗୁରୁତର ଆହାତ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
