Advertisment

ବାଇକ୍ ଆରୋହୀଙ୍କ ଉପରେ ଓଲଟିଲା ଟ୍ରକ, ୨ମୃତ

ଭବାନୀପାଟଣା ଓ ବିଶାଖାପାଟଣାକୁ ସଂଯୋଗ କରୁଥିବା ରାସ୍ତାର ଢେପଗୁଡ଼ା ଘାଟିରେ ଘଟିଛି ଦୁର୍ଘଟଣା।

accident

accident

Advertisment

ବାଇକ୍‌ ଉପରେ ଟ୍ରକ ଓଲଟି ପଡ଼ିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଭବାନୀପାଟଣା ଓ ବିଶାଖାପାଟଣାକୁ ସଂଯୋଗ କରୁଥିବା ରାସ୍ତାର ଢେପଗୁଡ଼ା ଘାଟିରେ ଘଟିଛି ଏହି ଦୁର୍ଘଟଣା।

Advertisment

ମୃତକ ଦ୍ୱୟ ହେଉଛନ୍ତି ଅରୁଣ ଧଙ୍ଗଡା ମାଝୀ ଓ ପଦ୍ମଲୋଚନ ପାତ୍ର । ଦୁହେଁ ରାଜମିସ୍ତ୍ରୀ ଥିଲେ ଓ ଆଜି ସକାଳେ ବାଇକ୍ ଯୋଗେ କାର୍ଯ୍ୟସ୍ଥଳକୁ ଯାଉଥିଲେ।

ଏହି ସମୟରେ ପଛରୁ ଦୃତ ଗତିରେ ଆସୁଥିବା ଏକ ଟ୍ରକ ସେମାନଙ୍କ ଉପରେ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଅରୁଣ ଓ ପଦ୍ମଲୋଚନଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ପକ୍ଷରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

Advertisment

ବିଶ୍ୱନାଥ ପୁର ପୁଲିସ୍ ଏହି ଘଟଣାର ତଦନ୍ତ କରୁଛି। ପୁଲିସ୍ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଛି।

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe