Advertisment

ଟ୍ରାକ୍ଟର ତଳେ ଚାପି ହୋଇଗଲେ ଡ୍ରାଇଭର, ପରିବାର ମାଗୁଛି ୫୦ ଲକ୍ଷ

ଟ୍ରାକ୍ଟର ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ପରିବାର ଦାବି କରୁଛି ୫୦ ଲକ୍ଷ କ୍ଷତିପୂରଣ। ଫଳରେ କାଲିଠୁ ଉଠିପାରୁନି ମୃତଦେହ।

author-image
Niharika Rout
Deceased Family

Deceased Family

ଟ୍ରାକ୍ଟର ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ପରିବାର ଦାବି କରୁଛି ୫୦ ଲକ୍ଷ କ୍ଷତିପୂରଣ। ଫଳରେ କାଲିଠୁ ଉଠିପାରୁନି ମୃତଦେହ। ଏପରି ଏକ ଅଘଟଣ ଗତକାଲି ଅପରାହ୍ନରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ରାନିମୁଣ୍ଡା ଗାଁରେ ଘଟିଛି।

Advertisment

ମୃତକ ହେଲେ କୋଟାମାଲ ଗ୍ରାମର ପବିତ୍ର ଶବର । ସେ ପ୍ରାୟ ମାସେ ହେଲା ରାନିମୁଣ୍ଡା ଗ୍ରାମର ସୋମିନନ୍ଦ ସୁନାନୀଙ୍କ ଟ୍ରାକ୍ଟରରେ ଡ୍ରାଇଭର ଭାବେ କାମ କରୁଥିଲେ।

ଗତକାଲି ଅପରାହ୍ନ ପ୍ରାୟ ୩ଟା ବେଳେ ରାଣୀମୁଣ୍ଡା ଗ୍ରାମର ଏକ ଜମିରୁ ଅମଳ ହୋଇଥିବା ଧାନ ବସ୍ତା ଧରି ପବିତ୍ର ଆସୁଥିବା ବେଳେ ଟ୍ରାକ୍ଟରଟି ପ୍ରାୟ ୧୫ ଫୁଟ ତଳକୁ ଓଲଟି ପଡ଼ିଥିଲା। ଫଳରେ ତା’ ତଳେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଥିଲା।

Advertisment

ଖବର ପାଇ ଖଡ଼ିଆଳ ପୁଲିସ ପହଞ୍ଚି ଶବ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପରିବାର ଲୋକେ ତାହା ଉଠାଇବାକୁ ଦେଉ ନାହାନ୍ତି। ରାତି ସାରା ସେଠାରେ ଜଗି ରହିବା ସହ ଟ୍ରାକ୍ଟର ମାଲିକଙ୍କଠାରୁ ୫୦ ଲକ୍ଷ କ୍ଷତିପୂରଣ ଦାବି କରୁଛନ୍ତି। ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ଟ୍ରାକ୍ଟର ମାଲିକ ଫେରାର ମାରିବା ସହ ଫୋନ୍ ସ୍ଵିଚ ଅଫ୍ କରି ଦେଇଥିବା ଅଭିଯୋଗ ହୋଇଛି।

ମୃତ ପବିତ୍ରଙ୍କ ବିଧବା ସ୍ତ୍ରୀ ସହ ଦୁଇ ଛୋଟ ଛୋଟ ପୁଅ ଅଛନ୍ତି। ସେମାନେ ଏବେ ଅସହାୟ ହୋଇ ପଡ଼ିଛନ୍ତି। ସେମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ସ୍ଥାନୀୟ ସରପଞ୍ଚ ତୁକାରାମ ହିଆଲ ଓ ଗ୍ରାମବାସୀ ଦାବି କରୁଛନ୍ତି।

Accident Nuapada