Advertisment

୨୦ କିମିରେ ୧୦ ଦୁର୍ଘଟଣା, ଟ୍ରାକ୍ଟର ଡ୍ରାଇଭରଙ୍କୁ ମାଡ଼ି ବସିଲେ ଲୋକେ

ଆଖି ବୁଜି ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟାଇ ଚାଲିଲେ ବି ଗାଡ଼ିକୁ ଅଟକାଇଲେ ନାହିଁ। ୨୦ କିମି ରାସ୍ତା ମଧ୍ୟରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଦୁର୍ଘଟଣା ଘଟାଇଲେ।

ଅଦ୍ୟତନ ହୋଇଛି
Accident

Accident

Advertisment

ସିରିଜ୍ ଦୁର୍ଘଟଣା ଘଟାଇଲେ ଟ୍ରାକ୍ଟର ଡ୍ରାଇଭର। ଆଖି ବୁଜି ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟାଇ ଚାଲିଲେ ବି ଗାଡ଼ିକୁ ଅଟକାଇଲେ ନାହିଁ। ୨୦ କିମି ରାସ୍ତା ମଧ୍ୟରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଦୁର୍ଘଟଣା ଘଟାଇଲେ।

Advertisment

କେନ୍ଦ୍ରାପଡ଼ା ଜିଲ୍ଲାର ଆଳିରୁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ପର୍ଯ୍ୟନ୍ତ ଘଟାଇ ଚାଲିଲେ ସିରିଜ ଦୁର୍ଘଟଣା। କେଉଁଠି ଗାଡ଼ିକୁ ପିଟିଲେ ତ କେଉଁଠି ବୁଲା ଗୋରୁଗାଇଙ୍କୁ ପିଟିଲେ । ହେଲେ ଗାଡ଼ି ଅଟକାଇଲେ ନାହିଁ।

ବହୁ ପରିଶ୍ରମ ପରେ ୩ ଥାନା ପୁଲିସ୍‌ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ି ଅଟକାଇବା ସହ ଡ୍ରାଇଭରଙ୍କୁ କାବୁ କରି ଅଟକ ରଖିଥିବା ଜଣାଯାଇଛି। ଏପରି ଏକ ଅଭାବନୀୟ ଘଟଣା ଗତକାଲି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଦେଖିବାକୁ ମିଳିଛି।

Advertisment

ଗିରଫ ଡ଼୍ରାଇଭରଜଣକ ରମାକାନ୍ତ ପଲାଇ ଓ ତାଙ୍କ ଘର ବାଂଶଡା ଥାନା ଅଧୀନ ପଲାଇ ସାହି ଗାଁରେ ବୋଲି ଜଣାଯାଇଛି। ରମାକାନ୍ତ ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁରରୁ ଟ୍ରାକ୍ଟର ନେଇ ଚାନ୍ଦବାଲି ଆସୁଥିଲେ। ଆଳି ନିକଟରେ ସେ ପ୍ରଥମେ ଏକ ସ୍କୁଟି ଚାଳକଙ୍କୁ ପିଟିଥିଲେ। 

ଆଳି ଥାନା ପୁଲିସ ଡ୍ରାଇଭରଙ୍କୁ ଅଟକାଇଥିଲେ ମଧ୍ୟ ସେ ନ ରହି ଦ୍ରୁତ ଗତିରେ ଗାଡି ଚାଳନା କରିଥିଲା । ବାଟରେ ରାଜକନିକା ଥାନା ପୁଲିସ୍‌ ଅଟକାଇଥିଲେ ମଧ୍ୟ ରହି ନ ଥିଲା । ଏହା ମଧ୍ୟରେ ସେ କେଉଁଠି କାଉଡ଼ିଆଙ୍କୁ ତ କେଉଁଠି ବୁଲା ଗୋରୁଙ୍କୁ ଓ କେଉଁଠି ଗାଡ଼ିକୁ ପିଟିଥିଲେ।  ପରେ ଚାନ୍ଦବାଲି ଥାନା ପୁଲିସ୍‌ ଅଟକାଇବାରୁ ସେ ଲୁହା ବ୍ୟାରିକେଡ ଭାଙ୍ଗି ଚାନ୍ଦବାଲି ବଜାର ମଧ୍ୟକୁ ପଶି ଯାଇଥିଲେ । 

ଚାନ୍ଦବାଲି ବଜାର ମଧ୍ୟରେ ଭିଡ଼ ଥିବାରୁ ଲୋକେ ଖବର ପାଇ ଏକ ପିକଅପ ଭ୍ୟାନକୁ ସାମ୍ନାରେ ରଖିଥିଲେ। ଟ୍ରାକ୍ଟର ଡ଼୍ରାଇଭର ପିକଅପ ଭ୍ୟାନକୁ ଧକ୍କା ଦେଇ ଅଟକି ଯାଇଥିଲେ। 

ଏହାପରେ ସ୍ଥାନୀୟ ଲୋକେ ରମାକାନ୍ତଙ୍କଚୁ ପ୍ରବଳ ପିଟିଥିବା ବେଳେ ଭୟଭୀତ ହୋଇ ସେ ପାଖରେ ଥିବା ଏକ ବସ୍‌ରେ ପଶି ଯାଇଥିଲେ। ଘଟଣା ସ୍ଥଳରେ ଚାନ୍ଦବାଲି ପୁଲିସ, ଆଳି ପୁଲିସ ଓ ରାଜକନିକା ପୁଲିସ ପହଞ୍ଚି ବସ୍‌ରୁ ଉଦ୍ଧାର କରି ତାଙ୍କୁ ଚାନ୍ଦବାଲି ଥାନାକୁ ଆଣି ଅଟକ ରଖିଛନ୍ତି। ଏଥିସହ ତାଙ୍କ ଗାଡ଼ିକୁ ବି ଅଟକ ରଖିଛି ପୁଲିସ୍‌ ।

ତେବେ ରମାକାନ୍ତଙ୍କ ନାଁରେ କୌଣସି ଥାନାରେ ଲିଖିତ ଅଭିଯୋଗ ହୋଇ ନ ଥିବାରୁ ପୁଲିସ୍‌ ତାଙ୍କୁ ଗିରଫ କରିନି। ଏଥିସହ ତାଙ୍କ ଟ୍ରାକ୍ଟର ଦୁର୍ଘଟଣାରେ  କେତେ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନି।  

Accident Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe