Advertisment

ଡିଭାଇଡରକୁ ପିଟିଲା ବରଯାତ୍ରୀ କାର୍, ୪ ମୃତ

ବରଯାତ୍ରୀଙ୍କୁ ନେଇ ମେରୁଟର ରୁଡ଼କି ଯାଉଥିଲା କାର୍।

ଅଦ୍ୟତନ ହୋଇଛି
People gathering in hospital

People gathering in hospital

Advertisment

ଉତ୍ତରପ୍ରଦେଶର ମଙ୍ଗଲୋରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଯାତ୍ରୀ କାର୍ ଡିଭାଇଜରକୁ ଧକ୍କା ଦେବା ଫଳରେ ୪ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ମେରୁଟର ରୁଡକି ଯାଉ ଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, ଉତ୍ତରପ୍ରଦେଶର ଏକ କାର୍ ବରଯାତ୍ରୀଙ୍କୁ ନେଇ ମେରୁଟର ରୁଡ଼କି ଯାଉଥିଲା। ମଙ୍ଗଲୋର ଦେୱବନ୍ଦ ଛକ ନିକଟରେ କାରଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଚାରି ଜଣ ବରଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି।

ଏଥିସହ ଏକାଧିକ ଲୋକ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।ଏସପି ଦେହାତ ସ୍ୱପନ କିଶୋର ମଧ୍ୟ ହସ୍ପିଟାଲରେ ପହଞ୍ଚିଛନ୍ତି। 

Advertisment
Accident News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe