Advertisment

ଗୋଧ୍ରା ଯାଉଥିବା ଟ୍ରେନର ବଗି ଜଳିଗଲା

ଜାକୋଟ ଷ୍ଟେସନ ନିକଟରେ ଦାହୋଡ ଆନନ୍ଦ ମେମୁ ଟ୍ରେନର ଗୋଟିଏ ବଗି ହୁତୁହୁତୁ ହୋଇ ନଷ୍ଟ ହୋଇଯାଇଛି। ଏହାର ଭିଡିଓ ବି ସାମ୍ନାକୁ ଆସିଛି।

Train

Train

Advertisment

ଟ୍ରେନରେ ଲାଗିଲା ନିଆଁ। ହୁତୁହୁତୁ ହୋଇ ଜଳିଗଲା ବଗି। ନିଆଁରେ ଜଳି ପୋଡ଼ି ପାଉଁଶ ହୋଇଗଲା ବଗିରେ ଥିବା ଜିନିଷପତ୍ର। କିନ୍ତୁ ଅଳ୍ପକେ ବର୍ତ୍ତିଗଲେ ବଗିରେ ଥିବା ସମସ୍ତ ଯାତ୍ରୀ।

Advertisment

ଆଜି ସକାଳେ ଗୁଜରାଟର ଗୋଧ୍ରା ଯାଉଥିବା ଗୋଟିଏ ମେମୁ ଟ୍ରେନରେ ଏପରି ଘଟଣା ଘଟିଛି। ଜାକୋଟ ଷ୍ଟେସନ ନିକଟରେ ଦାହୋଡ ଆନନ୍ଦ ମେମୁ ଟ୍ରେନର ଗୋଟିଏ ବଗି ହୁତୁହୁତୁ ହୋଇ ନଷ୍ଟ ହୋଇଯାଇଛି। ଏହାର ଭିଡିଓ ବି ସାମ୍ନାକୁ ଆସିଛି।

ରିପୋର୍ଟ ଅନୁସାରେ, ମେମୁ ଟ୍ରେନଟି ସବୁଦିନ ଭଳି ଶୁକ୍ରବାର ମଧ୍ୟ ଗୋଧ୍ରା ଅଭିମୁଖେ ଯାଉଥିଲା। କିନ୍ତୁ ହଠାତ୍ ଜାକୋଟ ଷ୍ଟେସନ ନିକଟରେ ଏହାର ସବୁଠାରୁ ଶେଷରେ ଥିବା ବଗିରେ ନିଆଁ ଲାଗି ଯାଇଥିଲା।

Advertisment

ଏହା ଦେଖି ଲୋକମାନେ ବିଗିରୁ ବାହାରି ଦୌଡ଼ିବାକୁ ଲାଗିଥିଲେ। ଫଳରେ କିଛି ସମୟ ପାଇଁ ଦଳାଚକଟା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ଟ୍ରେନ ପୋଡ଼ି କିମ୍ବା ଦଳାଚକଟାରେ କେହି ବି ମୃତାହତ ହୋଇ ନାହାନ୍ତି।

ଖବର ପାଇ ଏକାଧିକ ଦମକଳ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ପୂରା ବଗିରେ ନିଆଁ ଲାଗି ସାରିଥିଲା। ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ।

ଏଥିସହ ଏହାକୁ ଅଲଗା ବଗିକୁ ବ୍ୟାପିବାକୁ ଦେଇ ନଥିଲେ। ଫଳରେ ବଡ଼ ଅଘଟଣ ଟଳି ଯାଇଥିଲା। ପୁଲିସ୍‌ କହିଛି ଯେ ଶେଷ ବଗିଟି ନିଆଁରେ ପୋଡ଼ି ଯାଇଛି। କିନ୍ତୁ ବାକି ବଗି ଗୁଡ଼ିକ ସୁରକ୍ଷିତ ରହିଛି। ସେହିପରି ନିଆଁ କେମିତି ଲାଗିଲା, ତା’ର ତଦନ୍ତ ରେଳବାଇ ଓ ପୁଲିସ୍‌ କରୁଥିବା ଜଣାପଡ଼ିଛି।

Gujarat Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe