Advertisment

ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌; ୨ଟି ଟ୍ରେନ୍ ବାତିଲ ଓ ୬ଟିର ସମୟ ବଦଳିଲା

ଗତକାଲି ରାତି ପ୍ରାୟ ୧ଟା ୩୫ରେ ମାଲବାହୀ ଟ୍ରେନ୍‌ର ଗୋଟିଏ ୱାଗନ୍‌ ପ୍ରଥମେ ଲାଇନ୍‌ଚ୍ୟୁତ ହୋଇଥିଲା।

author-image
Niharika Rout
Train Derail

Train Derail

ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍‌ ଗତ ରାତିରେ ଲାଇନ୍‌ଚ୍ୟୁତ ହୋଇଛି। ମଞ୍ଚେଶ୍ୱର ଷ୍ଟେସନ ୟାର୍ଡରେ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ୍‌ ହୋଇଥିଲା। ଫଳରେ ୨ଟି ଟ୍ରେନ୍‌କୁ ବାତିଲ କରାଯିବା ସହ ଓ ୬ଟି ଟ୍ରେନର ଯାତାୟାତ ସମୟ ବଦଳିଛି ।

Advertisment

ଗତକାଲି ରାତି ପ୍ରାୟ ୧ଟା ୩୫ରେ ମାଲବାହୀ ଟ୍ରେନ୍‌ର ଗୋଟିଏ ୱାଗନ୍‌ ପ୍ରଥମେ ଲାଇନ୍‌ଚ୍ୟୁତ ହୋଇଥିଲା। ଖବର ପାଇ ରେଲୱେ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ୱାଗନ୍‌କୁ ଟ୍ରାକ୍‌କୁ ଉଠାଇବାକୁ ଚେଷ୍ଟା କରାଯାଉଥିବା ବେଳେ ଆଉ ୩ଟି ୱାଗନ୍‌ ଟ୍ରାକ୍‌ ତଳକୁ ଖସି ଯାଇଥିଲା।

ବହୁ ପରିଶ୍ରମ ପରେ ସକାଳ ୫ଟା୫ ସୁଦ୍ଧା ଡାଉନ୍‌ ଲାନ୍‌କୁ କ୍ଲିଅର କରାଯାଇଛି। ଏହାପରେ ଉଭୟ ଅପ୍‌ ଓ ଡାଉନ୍‌ ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଛି।

Advertisment

କିନ୍ତୁ ଦୀର୍ଘ ସମୟ ଧରି ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇଥିବାରୁ ୨ଟି ଟ୍ରେନ୍‌କୁ ବାତିଲ କରାଯିବା ସହ ୬ଟି ଟ୍ରେନ୍‌ର ଯାତାୟାତ ସମୟ ବଦଳିଛି । ରାଉରକେଲା-ପୁରୀ ଏକ୍ସପ୍ରେସ୍‌ ଅନୁଗୁଳ ପର୍ଯ୍ୟନ୍ତ ଚାଲିବ ବୋଲି ରେଲବାଇ ପକ୍ଷରୁ ସୂଚନା ମିଳିଥିବା ବେଳେ ତାହା ଆଉ ପୁରୀ ଯିବନି। ସେହିପରି ପୁରୀ-ହାଉଡା ଟ୍ରେନ୍‌ ସମେତ ସମୁଦାୟ ୬ଟି ଟ୍ରେନ୍‌ର ସମୟ ପରିବର୍ତ୍ତନ କରାଯାଇଛି।

ଏହି ଘଟଣାର ୩ ଦିନ ପୂର୍ବରୁ ବାଣୀବିହାର ଓ ମାଷ୍ଟରକ୍ୟାଣ୍ଟିନ ଷ୍ଟେସନ ମଝିରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା। ଟ୍ରେନର ଗୋଟିଏ ବଗି ଟ୍ରାକରୁ ଖସି ଯାଇଥିଲା। ଫଳରେ ସେହି ରୁଟ୍‌ରେ ଟ୍ରେନ ଚଳାଚଳା ପ୍ରଭାବିତ ହୋଇଥିଲା। ତେବେ ବାରମ୍ବାର କାହିଁକି ଏପରି ଘଟଣା ଘଟୁଛି ତାହାର ତଦନ୍ତ ଆରମ୍ଭ କରିଛନ୍ତି ରେଲୱେର ବରିଷ୍ଠ ଅଧିକାରୀ।

Bhubaneswar Train Accident