Advertisment

ଇଞ୍ଜିନରେ ଲାଗିଗଲା ନିଆଁ

ନର୍ଥ ସେଣ୍ଟ୍ରାଲ ରେଲୱେର ମୁଖ୍ୟ ଲୋକ ସଂପର୍କ ଅଧିକାରୀ ହିଂମାଶୁ ଶେଖର ଉପାଧ୍ୟାୟ କହିଛନ୍ତି ଯେ ଏହି ଘଟଣାର କାରଣ ଖୋଜିବା ପାଇଁ ତଦନ୍ତ କରାଯାଉଛି।

Train

Train

Advertisment

ମଧ୍ୟ ପ୍ରଦେଶର ଗ୍ୱାଲିୟର ନିକଟରେ ଆଜି ଖଜୁରାହୋ-ଉଦୟପୁର ଇଣ୍ଟରସିଟି ଟ୍ରେନ୍‌ର ଇଞ୍ଜିନରେ ନିଆଁ ଲାଗି ଯାଇଥିଲା। ଇଞ୍ଜିନରୁ ଧୂଆଁ ବାହାରୁ ଥିବା ଦେଖି ଟ୍ରେନ୍‌ଟି ସିଥୋଲ ରେଳ ଷ୍ଟେସନରେ ରହିଥିଲା। ତେବେ ଏହି ଘଟଣା ଯୋଗୁ କେହି ଆହତ ହୋଇନଥିବା ଜଣାପଡ଼ିଛି।

Advertisment

ଟ୍ରେନ୍‌ଟି ଗ୍ୱାଲିୟର ଷ୍ଟେସନ ଛାଡ଼ିବାର କିଛି ମିନିଟ ପରେ ଇଞ୍ଜିନରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। ଟ୍ରେନ୍‌ର ଇଞ୍ଜିନରୁ ଧୂଆଁ ବାହାରୁଥିବା ଖବର ପାଇ ଘଟଣାସ୍ଥଳରେ ଆର୍‌ପିଏଫ୍‌ର କର୍ମଚାରୀ ଓ ଦୁଇଟି ଦମକଳ ବାହିନୀ ପହଞ୍ଚିଥିଲେ ଏବଂ ଧୂଆଁକୁ ଆୟତ୍ତ କରିଥିଲେ।

ରେଳବାଇର ଝାନସୀ ଲୋକ ସଂପର୍କ ଅଧିକାରୀ କହିଛନ୍ତି ଯେ ଇଞ୍ଜନରୁ ଧୂଆଁ ବାହାରିଥିଲା। କିନ୍ତୁ ବାସ୍ତବରେ ନିଆଁ ଲାଗି ନଥିଲା। ଟ୍ରେନ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

Advertisment

ନର୍ଥ ସେଣ୍ଟ୍ରାଲ ରେଲୱେର ମୁଖ୍ୟ ଲୋକ ସଂପର୍କ ଅଧିକାରୀ ହିଂମାଶୁ ଶେଖର ଉପାଧ୍ୟାୟ କହିଛନ୍ତି ଯେ ଏହି ଘଟଣାର କାରଣ ଖୋଜିବା ପାଇଁ ତଦନ୍ତ କରାଯାଉଛି।

ଏହି ଘଟଣା ଯୋଗୁ ଟ୍ରେନ୍‌ଟି ପ୍ରାୟ ୨ ଘଣ୍ଟା ଧରି ଅଟକି ରହିଥିଲା।

Train Accident Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe