Advertisment

Accident: ଟ୍ରେନ୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ

ଟ୍ରେନ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ବୌଦ୍ଧ ଜିଲ୍ଲାରେ ଘଟିଛି ଏହି ଘଟଣା। ମୃତ ବୃଦ୍ଧାଙ୍କ ନାଁ କସ୍ତୁରୀ ଘିବିଲା। ତାଙ୍କୁ ୬୨ ବର୍ଷ ହୋଇଥିଲା। ତାଙ୍କ ଘର ଖୁଣ୍ଟିଆପଡ଼ା ଗାଁରେ।

author-image
Jitendra Garnayak
Train

ଟ୍ରେନ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ବୌଦ୍ଧ ଜିଲ୍ଲାରେ ଘଟିଛି ଏହି ଘଟଣା। ମୃତ ବୃଦ୍ଧାଙ୍କ ନାଁ କସ୍ତୁରୀ ଘିବିଲା। ତାଙ୍କୁ ୬୨ ବର୍ଷ ହୋଇଥିଲା। ତାଙ୍କ ଘର ଖୁଣ୍ଟିଆପଡ଼ା ଗାଁରେ। 

Advertisment

କସ୍ତୁରୀ ଆଜି ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ଘିବିଲା ଗ୍ରାମ ଦେଇ ଯାଇଥିବା ରେଳ ଧାରଣା ପାର ହେଉଥିବା ବେଳେ ଭୁବନେଶ୍ୱର ରୁ ପୁରୁଣା କଟକ ଆସୁଥିବା ଏକ ସୁପରଫାଷ୍ଟ ଏକ୍ସପ୍ରେସ ତାଙ୍କୁ ଧକ୍କା ଦେଇଥିଲା। 

କସ୍ତୁରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତାଙ୍କୁ ପିଟିବା ପରେ ଟ୍ରେନ୍‌ଟି ଘଟଣାସ୍ଥଳରେ କିଛି ସମୟ ପାଇଁ ଅଟକି ରହିଥିଲା। 

Advertisment

ଟ୍ରେନ୍ ଅଟକିବାରୁ ସ୍ଥାନୀୟ ଲୋକେ ସେଠାକୁ ଯାଇଥିଲେ ଓ କସ୍ତୁରୀ ରେଳ ଧାରଣା  କଡ଼ରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହା ପରେ ବୌଦ୍ଧ ପୁଲିସକୁ ଖବର ଦେଇଥିଲେ।

ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।