Advertisment

କ୍ରାଶ ହେଲା ଟ୍ରେନି ଏୟାରକ୍ରାଫ୍ଟ, ଭିତରେ ଥିଲେ ମହିଳା ପାଇଲଟ

ଯାନ୍ତ୍ରିକ ତ୍ରୁଟି ପରେ ସେ ବିମାନର ଜରୁରିକାଳୀନ ଅବତରଣ କରିବାକୁ ଚାହିଁଥିଲେ। ଗୁନା ଏରୋଡ୍ରମରେ ଏହା ଲ୍ୟାଣ୍ଡ କରିବାର ଥିଲା।

Crash

Crash

Advertisment

ଜରୁରିକାଳୀନ ଅବତରଣ କରିବାକୁ ଚେଷ୍ଟା କରିବା ବେଳେ ମଧ୍ୟପ୍ରଦେଶର ଗୁନାରେ ଗୋଟିଏ ଟ୍ରେନି ଏୟାରକ୍ରାଫ୍ଟ କ୍ରାଶ କରି ଯାଇଛି। କ୍ରାଶ ବେଳେ ବିମାନରେ ଜଣେ ମହିଳା ପାଇଲଟ ଥିଲେ। ସେ ଘଟଣାରେ ଗୁରୁତର ଆହତ ହୋଇଛନ୍ତି।

Advertisment

ଟ୍ରେନି ବିମାନଟି ଆଜି ନୀମୁଚରୁ ଉଡ଼ାଣ ଭରିଥିଲା। ଏହା ଧାନାରେ ପହଞ୍ଚିବାର ଥିଲା। କିନ୍ତୁ ଉଡ଼ାଣ ଭରିବାର କିଛି ମିନିଟ ପରେ ବିମାନ ଇଞ୍ଜିନରେ ସମସ୍ୟା ଦେଖାଇଥିଲା। ଏହା ଜାଣିବା ପରେ ପାଇଲଟ ଜଣଙ୍କ ଏହାକୁ ଜରୁରିକାଳୀନ ଅବତରଣ କରିବାକୁ ଚେଷ୍ଟା କରିଥିଲେ। ତେବେ ଲ୍ୟାଣ୍ଡିଂ ବେଳେ ଏହା କ୍ରାଶ କରି ଯାଇଥିଲା।

ଜଣେ ଅଧିକାରୀ କହିଛନ୍ତି, ଚିମେସ ଆଭିଏସନ ଏକାଡେମୀର ଜଣେ ଛାତ୍ରୀ ବିମାନ ଉଡ଼ାଉ ଥିଲେ। ଯାନ୍ତ୍ରିକ ତ୍ରୁଟି ପରେ ସେ ବିମାନର ଜରୁରିକାଳୀନ ଅବତରଣ କରିବାକୁ ଚାହିଁଥିଲେ। ଗୁନା ଏରୋଡ୍ରମରେ ଏହା ଲ୍ୟାଣ୍ଡ କରିବାର ଥିଲା।

Advertisment

କିନ୍ତୁ ପାଇଲଟ୍‌ ଜଣଙ୍କ ବିମାନ ଉପରୁ ନିୟନ୍ତ୍ରଣ କରିବାରୁ ଏହା ରନୱେ ନିକଟରେ ଥିବା ବୁଦାରେ କ୍ରାଶ ଲ୍ୟାଣ୍ଡିଂ କରି ଯାଇଥିଲା।  ଏଥିରେ ପାଇଲଟ ଜଣଙ୍କ ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କ୍ରାଶ ଯୋଗୁ ବିମାନଟି କ୍ଷତିଗ୍ରସ୍ତ ହୋଇଛି। ପୁଲିସ୍‌ ଟିମ ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ବିମାନକୁ ସୁରକ୍ଷିତ ସ୍ଥାନକୁ ନେଇଛନ୍ତି। 

Plane Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe