Advertisment

ଛିଡ଼ା ହୋଇଥିଲା ଟ୍ରକ୍‌, ପିଟିଦେଲା ଟ୍ରଲର

ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରଲର। ଏହି ଦୁର୍ଘଟଣାରେ ଟ୍ରଲର ଡ୍ରାଇଭର କ୍ୟାବିନରେ ଚାପି ହୋଇ ଗୁରୁତର ହୋଇଛନ୍ତି।

Accident

Accident

Advertisment

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ନିକଟରେ ଆଜି ଏକ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରଲର। ଏହି ଦୁର୍ଘଟଣାରେ ଟ୍ରଲର ଡ୍ରାଇଭର କ୍ୟାବିନରେ ଚାପି ହୋଇ ଗୁରୁତର ହୋଇଛନ୍ତି।

Advertisment

ଆଜି ଭୋର ସମୟରେ ରାଜଘାଟ ନିକଟରେ ଏକ ଟ୍ରକ୍‌ ରାଜପଥ ପାର୍ଶ୍ୱରେ ଛିଡ଼ା ହୋଇଥିଲା। ପଶ୍ଚିମବଙ୍ଗ ପଟୁ ବାଲେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରଲର ଟ୍ରକ୍‌ଟିକୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଟ୍ରଲରର କ୍ୟାବିନ୍‌ ଟ୍ରକ୍‌ ଡାଲାରେ ଧକ୍କା ହୋଇ ଚାପି ହୋଇ ଯାଇଥିଲା। ଫଳରେ ଟ୍ରଲର ଡ୍ରାଇଭର ଦୀର୍ଘ ସମୟ କ୍ୟାବିନରେ ଚାପି ହୋଇ ଯାଇଥିଲେ।

ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । ବହୁ ପରିଶମ୍ର ପରେ କ୍ୟାବିନ କାଟି ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ବାହାର କରାଯାଇଥିଲା।

Advertisment

ତୁରନ୍ତ ତାଙ୍କୁ ପ୍ରଥମେ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ବସ୍ତା ପୁଲିସ ପହଞ୍ଚି ଅଧିକ ତଦନ୍ତ କରୁଛି । ଘନ କୂହୁଡି ଯୋଗୁ ରାସ୍ତା ଦିଶୁ ନଥିବାରୁ ଦୁର୍ଘଟଣା ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି ।

Balasore Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe