Advertisment

ଭାଲୁ ଧରିବା ବେଳେ ଅଘଟଣ, ଫରେଷ୍ଟରଙ୍କ ଦେହରେ ବାଜିଲା ଟ୍ରାଙ୍କୁଲାଇଜ ଇଞ୍ଜେକସନ

ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଫରେଷ୍ଟର।

author-image
Jitendra Garnayak
ଅଦ୍ୟତନ ହୋଇଛି
Forester

Forester

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କଙ୍କଡାହାଡ଼ ଫରେଷ୍ଟ ସେକ୍ସନ କେରଜୁଳିରେ ଅଘଟଣ। ଭାଲୁକୁ ଟ୍ରାଙ୍କୁଲାଇଜ କଲାବେଳେ ଟ୍ରାଙ୍କୁଲାଇଜ ଇଞ୍ଜେକ୍ସନ ବାଜି ଫରେଷ୍ଟର ଗୁରୁତର। ଗୁରୁତର ଜଣଙ୍କ ହେଉଛନ୍ତି ବିରାଶାଳ ଫରେଷ୍ଟର ଦୀପକ ସାହୁ।

Advertisment

କେରଜୁଳି ଗାଁରେ ଏକ ଭାଲୁ ପଶିଥିବା ନେଇ ସୂଚନା ପାଇବା ପରେ ବନବିଭାଗର ଏକ ଟିମ୍ ସେଠାକୁ ଯାଇଥିଲା। ଭାଲୁର ଗତିବିଧି ନିରୀକ୍ଷଣ କରି ତାକୁ ଟ୍ରାଙ୍କୁଲାଇଜ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ୍। ହେଲେ ଭାଲୁକୁ ଟ୍ରାଙ୍କୁଲାଇଜ କଲା ବେଳେ ଘଟିଥିଲା ଅଘଟଣ। ଟ୍ରାଙ୍କୁଲାଇଜ ଇଞ୍ଜେକ୍ସନଟି ଫରେଷ୍ଟର ଦୀପକ ସାହୁଙ୍କ ଦେହରେ ବାଜିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଯାଇଥିଲା।

ଫରେଷ୍ଟର ଦୀପକ ସାହୁଙ୍କୁ ବନ ବିଭାଗ କର୍ମଚାରୀମାନେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। 

Advertisment