Advertisment

ରାତି ଅଧରେ ଫ୍ୟାକ୍ଟ୍ରିରେ ଲାଗିଗଲା ନିଆଁ, ଜଳିଗଲେ ୬ ଶ୍ରମିକ

ଗତକାଲି ରାତି ପ୍ରାୟ ୨ଟା ପରେ ହଠାତ୍‌ ଗ୍ଲୋଭସ ଫ୍ୟାକ୍ଟ୍ରିରେ ନିଆଁ ଲାଗି ଯାଇଥିଲା। ଉକ୍ତ ସମୟରେ ଫ୍ୟାକ୍ଟ୍ରି ଭିତରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଶ୍ରମିକ ଶୋଇଥିଲେ।

Fire

Fire

Advertisment

ମହାରାଷ୍ଟ୍ରର ସମ୍ଭାଜୀନଗରରେ ଗତକାଲି ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସମ୍ଭାଜୀନଗରସ୍ଥିତ ଏକ ଗ୍ଲୋଭସ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯିବାରୁ ଭିତରେ ଶୋଇଥିବା ୬ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।

Advertisment

ଗତକାଲି ରାତି ପ୍ରାୟ ୨ଟା ପରେ ହଠାତ୍‌ ଗ୍ଲୋଭସ ଫ୍ୟାକ୍ଟ୍ରିରେ ନିଆଁ ଲାଗି ଯାଇଥିଲା। ଉକ୍ତ ସମୟରେ ଫ୍ୟାକ୍ଟ୍ରି ଭିତରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଶ୍ରମିକ ଶୋଇଥିଲେ।

ଖବର ପାଇ ତୁରନ୍ତ ଅଗ୍ନିଶମ  କର୍ମଚାରୀ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ବହୁ କଷ୍ଟ ପରେ ନିଆଁକୁ ଆୟତ୍ତ କରି ଅଗ୍ନିଶମ କର୍ମଚାରୀ ଫ୍ୟାକ୍ଟ୍ରି ଭିତରୁ ୬ ମୃତଦେହ ଉଦ୍ଧାର କରିଥିଲେ। ଉକ୍ତ ମୃତଦେହଗୁଡ଼ିକ ସମ୍ପୂର୍ଣ୍ଣ ଜଳି ଯାଇଛି। ତେବେ ଏହି ଅଗ୍ନିକାଣ୍ଡରେ କିଛି ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଫ୍ୟାକ୍ଟ୍ର୍ରି କାମ ସାରି ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏପରି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଉଦ୍ଧାର ହୋଇଥିବା ଶ୍ରମିକମାନେ କହିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ପାରିନି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Maharashtra Fire Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe