Advertisment

ଦୁର୍ଘଟଣାରେ ଚାଲିଗଲେ ଶ୍ୱଶୁର, ପତ୍ନୀ ଓ ପୁଅ, ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବ ଟ୍ରାଭେଲ୍ ଏଜେନ୍ସି

ଦୁର୍ଘଟଣାରେ ସମ୍ପର୍କୀୟଙ୍କୁ ହରାଇଥିବା ଜଣେ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବ ଟ୍ରାଭେଲ୍ ଏଜେନ୍ସି। ୪ ବର୍ଷ ପରେ କ୍ଷତିପୂରଣ ଭରିବାକୁ କନ୍‌ଜ୍ୟୁମର ଫୋରମର ନିର୍ଦ୍ଦେଶ।

author-image
Debibandita Barick
ଅଦ୍ୟତନ ହୋଇଛି
Died Anchor KP Saigal

Died Anchor KP Saigal

ଦୁର୍ଘଟଣାରେ ସମ୍ପର୍କୀୟଙ୍କୁ ହରାଇଥିବା ଜଣେ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବ ଟ୍ରାଭେଲ୍ ଏଜେନ୍ସି। ପ୍ରିମିୟର ଟ୍ରାଭେଲ ଏଜେନ୍ସି ଥୋମାସ କୁକ ଏବଂ ରେଡ ଆପଲ ଟ୍ରାଭେଲକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଭରିବାକୁ ନିର୍ଦ୍ଦେଶ ଦେଇଛି କଞ୍ଜ୍ୟୁମର୍ ଡିସପୁଟ୍ସ ରିଡ୍ରେସାଲ୍ ଫୋରମ୍ (ଖାଉଟି ବିବାଦ ସମାଧାନ ମଞ୍ଚ)। ଅଭିଯୋଗକାରୀ ଫୋରମରେ କ୍ଷତିପୂରଣ ପାଇଁ ଦାବି କରିବା ପରେ ୪ ବର୍ଷ ପରେ ଏହି ନିର୍ଦ୍ଦେଶ ଆସିଛି।

Advertisment

ସୂଚନା ଅନୁସାରେ, ଦିଲ୍ଲୀର ଯୋଗେଶ ସାଇଗଲଙ୍କ ପତ୍ନୀ କନୁପ୍ରିୟା ସାଇଗଲ ଏକ ଜାତୀୟ ଚ୍ୟାନେଲର ଜଣେ ଉପସ୍ଥାପିକା ଥିଲେ ଏବଂ ତାଙ୍କ ବାପା ମଧ୍ୟ ଜଣେ ପ୍ରସିଦ୍ଧ ହିନ୍ଦୀ ଲେଖକ। ଯୋଗେଶ, ଡିସେମ୍ବର ୨୦୧୯ରେ ପତ୍ନୀ ଦୁଇ ପୁଅ-ଝିଅ ଓ ଶ୍ୱଶୁରଙ୍କୁ ନେଇ ଶ୍ରୀଲଙ୍କା ଭ୍ରମଣରେ ଯାଇଥିଲେ। ଏହି ସମୟରେ ଆକସ୍ମିକ ଦୁର୍ଘଟଣା ଘଟି ପତ୍ନୀ, ପୁଅ ଏବଂ ଶ୍ୱଶୁରଙ୍କ ସମେତ କାର୍ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଏଥିସହ ଯୋଗେଶ ଏବଂ ତାଙ୍କ ଝିଅ ଗଭୀର ଭାବେ ଆଘାତ ପାଇଥିଲେ। 

ସୁସ୍ଥ ହେବା ପରେ ଏନେଇ କଞ୍ଜ୍ୟୁମର୍ ଡିସପୁଟ୍ସ ରିଡ୍ରେସାଲ୍ ଫୋରମରେ ଅଭିଯୋଗ କରିଥିଲେ ଯୋଗେଶ। ଟ୍ରାଭେଲ୍ ଏଜେନ୍ସି ସେବାରେ ଅବହେଳା, ତ୍ରୁଟି, ବ୍ୟବସାୟ ପାଇଁ ବିଭ୍ରାନ୍ତିକର ବିଜ୍ଞାପନକୁ ଦାୟୀ କରି ୮.୯୯ କୋଟି ଟଙ୍କାର କ୍ଷତିପୂରଣ ମାଗିଥିଲେ ଯୋଗେଶ। ସେ ଅଭିଯୋଗ କରିଥିଲେ ଯେ, ଏପରି ଅବହେଳା କାରଣରୁ ତିନି ତିନିଟି ଜୀବନ ଚାଲିଗଲା। ଗୁରୁତର ଆଘାତ କାରଣରୁ ପତ୍ନୀ-ପୁଅଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ମଧ୍ୟ ଯୋଗଦେଇ ପାରିଲେନି। ଶ୍ୱଶୁର ଚାଲିଯିବା ପରେ ଶାଶୁ ମଧ୍ୟ ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ଜଟିଳତା ଦେଇ ଗତି କରୁଛନ୍ତି।

Advertisment

ତାଙ୍କ ଝିଅ ମଧ୍ୟ ଏବେ ଗୁରୁତର ମାନସିକ ଅସ୍ଥୁତାର ସମ୍ମୁଖୀନ ହେଉଛି। ଏସବୁ ପାଇଁ ଟ୍ରାଭେଲ୍ ଏଜେନ୍ସିର ଅବହେଳା ଦାୟୀ। ତେଣୁ କ୍ଷତିପୂରଣ ପାଇଁ ୮.୯୯ କୋଟି ଟଙ୍କା ଦାବି କରିଥିଲେ ଯୋଗେଶ। ୨୦୧୯ ମସିହାରେ ହୋଇଥିବା ଏହି ଅଭିଯୋଗକୁ ତର୍ଜମା କରି ଫୋରମ୍ ମଧ୍ୟ ଥୋମାସ୍ କୁକ୍ ଏବଂ ରେଡ୍ ଆପଲ୍ ଟ୍ରାଭେଲକୁ କ୍ଷତିପୂରଣ ଭରିବାକୁ ନିର୍ଦ୍ଦେଶ ଦେଇଛି। ଫୋରମ୍ କହିଛି ଯେ, ଏତେ ବଡ଼ ଦୁର୍ଘଟଣା ଟ୍ରେଭେଲ୍ ଏଜେନ୍ସିର ଅଭହେଳା କାରଣରୁ ଘଟିଛି। ତିନିମାସ ମଧ୍ୟରେ ଟ୍ରାଭେଲ୍ ଏଜେନ୍ସିକୁ ୫୦ ଲକ୍ଷ କ୍ଷତିପୂରଣ ଦେବାକୁ ପଡ଼ିବ। ଯଦି ତିନି ମାସ ମଧ୍ୟରେ ସମ୍ପୂର୍ଣ୍ଣ ଟଙ୍କା ଦେବାରେ ବିଫଳ ହୁଅନ୍ତି, ତେବେ ଜରିମାନା ସଦୃଶ ଆଉ ୧୦ ଲକ୍ଷ ଦେବାକୁ ବାଧ୍ୟ। 

Travel Agencies Accident In Sri Lanka