Advertisment

ଟ୍ରାଭେଲରକୁ ପିଟି ଦେଲା ଡମ୍ପର

ଟ୍ରାଭେଲରରେ ୧୮ ଜଣ ଯୁବକଯୁବତୀ ଥିଲେ।

Traveller

Traveller

Advertisment

ବାଲେଶ୍ୱର ଜିଲ୍ଲା ସୋର ଥାନା ବିଦୁ ନିକଟରେ ଆଜି ଏକ ଟ୍ରାଭେଲରକୁ ଡମ୍ପର ଧକ୍କା ଦେଇଛି। ଏଥିରେ ଟ୍ରାଭେଲରର ଡ୍ରାଇଭରଙ୍କ ସମେତ ମୋଟ ୧୬ ଜଣ ଆହତ ହୋଇଛନ୍ତି।

Advertisment

ଡ୍ରାଇଭରଙ୍କୁ ଛାଡ଼ି ଅନ୍ୟ ଆହତଙ୍କ ମଧ୍ୟରେ ୧୨ ଜଣ ଯୁବତୀ ଓ ୩ ଜଣ ଯୁବକ ଅଛନ୍ତି। ସମସ୍ତ ଆହତଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାହାର ହାତରେ ଆଘାତ ଲାଗିଛି ତ କାହାର ଗୋଡ଼ରେ ଆଘାତ ଲାଗିଛି। ଡ୍ରାଇଭର ଅଧିକ ଆହତ ହୋଇଛନ୍ତି। ତାଙ୍କ ଆଣ୍ଠୁରେ ଗମ୍ଭୀର ଆଘାତ ଲାଗିଛି।

ଏହି ଯୁବକ ଓ ଯୁବତୀମାନେ ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିଲେ ବୋଲି ଜଣାପଡ଼ିଛି। ଟ୍ରାଭେଲରର ଡ୍ରାଇଭର ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କ ସୂଚନା ଅନୁଯାୟୀ ଗାଡ଼ିରେ ପ୍ରାୟ ୧୮ ଜଣ ଯୁବକଯୁବତୀ ବସିଥିଲେ। ସେମାନେ ଏକ ବାହାଘରରେ ଯୋଗ ଦେବା ପାଇଁ ବାରିପଦା ଅଭିମୁଖେ ଯାଉଥିଲେ।

Advertisment

ଟ୍ରାଭେଲରର ଡ୍ରାଇଭର କହିଛନ୍ତି ଯେ ଡମ୍ପରଟି ରଙ୍ଗ୍ ରୁଟ୍‌ରେ ଆସି ତାଙ୍କ ଗାଡ଼ିକୁ ପିଟି ଦେଇଥିଲା।

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe