Advertisment

ରାସ୍ତା ଉପରେ ପଡ଼ିଥିଲା ଗଛ, ପିଟିଦେଲା ବସ୍‌

ରାସ୍ତା ଉପରେ ପଡ଼ିଥିବା ଗଛ ଯୋଗୁ ଆଜି ସକାଳେ ଘଟିଛି ଏକ ଦୁର୍ଘଟଣା। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।

Bus

Bus

Advertisment

ବାତ୍ୟା ‘ଦାନା’ର କୋପ ଯୋଗୁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଛି। ରାସ୍ତା ଉପରେ ପଡ଼ିଥିବା ଗଛ ଯୋଗୁ ଆଜି ସକାଳେ ଘଟିଛି ଏକ ଦୁର୍ଘଟଣା। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଗାଣ୍ଡିବେଡ଼ ବଜାର ନିକଟରେ ଘଟିଛି ଏହି ଦୁର୍ଘଟଣା। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।

Advertisment

‘BT & BT’ ନାମକ ଏକ ଘରୋଇ ଆଜି ଭୋରରୁ ଯାତ୍ରୀଙ୍କୁ ଧରି ବାଲେଶ୍ୱର ଜିଲ୍ଲା ଔପଦାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ମାତ୍ର ଗାଣ୍ଡିବେଡ଼ଠାରେ ଏକ ବଙ୍କାଣି ମୁଣ୍ଡରେ ଏକ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ହୋଇ ଯାଇଥିଲା। ଡ୍ରାଇଭରଜଣକ ଦ୍ରୁତ ଗତିରେ ଆସୁଥିବା ବେଳେ ଏହା ଜାଣି ପାରି ନ ଥିଲେ। ଫଲରେ ବସ୍‌ଟି ଗଛରେ ମାଡ଼ ହୋଇଥିଲା।

ଏହି ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ମାତ୍ର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି। ଏହାପରେ ଅନ୍ୟ ଏକ ବସ୍‌ର ବ୍ୟବସ୍ଥା କରି ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଯାଇଛି।

Advertisment

ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିବା ବେଳେ ଗଛ ସମେତ ବସ୍‌କୁ ରାସ୍ତାରୁ ହଟାଇବାକୁ ପ୍ରୟାସ ଆମ୍ଭ କରିଛନ୍ତି। ଏଥିଯୋଗୁ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

Balasore Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe