Advertisment

ଫାଟକକୁ ଧକ୍କା ଦେଇ ରେଳ ଧାରଣାରେ ଛିଡ଼ା ହୋଇଛି କାର୍‌ ବୋଝେଇ କଣ୍ଟେନର

କଣ୍ଟେନର ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିବାରୁ ଗାଡ଼ିକୁ ଟ୍ରାକ୍‌ରୁ ବାହାର କରିପାରିନଥିଲେ। ଖବର ପାଇ ପୁଲିସ୍‌ ନିଶାସକ୍ତ ଡ୍ରାଇଭରକୁ ହେପାଜତକୁ ନେଇଛି। ସେପଟେ ଟ୍ରେନ୍‌ ଲାଇନ୍‌ରେ କଣ୍ଟେନରଟି ଛିଡ଼ା ହୋଇଥିବାରୁ ରେଳ ଚଳାଚଳ ବ୍ୟାଘାତ ହୋଇଛି।

ଅଦ୍ୟତନ ହୋଇଛି
Balasore

Balasore

Advertisment

ରେଳ ଫାଟକକୁ ଧକ୍କା ଦେଇ ଟ୍ରାକ୍‌ରେ ଚଢ଼ିଯାଇଛି କାର୍‌ ବୋଝେଇ କଣ୍ଟେନର। ଯେଉଁଥିପାଇଁ ରେଳ ଚଳାଚଳ ଠପ୍‌ ହୋଇଯାଇଛି। ତେବେ ଦୁର୍ଘଟଣାରେ କୌଣସି ମୃତାହକ ହୋଇଥିବା ବେଳେ ମୃତ୍ୟୁ ମୁଖ୍ୟରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟ୍ରାକ୍‌ ପାର୍ଶ୍ୱରେ କାମ କରୁଥିବା ଅନେକ ଶ୍ରମିକ। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ଦୁର୍ଘଟଣା ବାଲେଶ୍ୱର-ନୀଳଗିରି ରେଳ ଧାରଣାରେ ଘଟିଛି।

Advertisment

ମାରୁତି କାର୍‌ ବୋଝେଇ କଣ୍ଟେନର ପଶ୍ଚିମବଙ୍ଗରୁ ଓଡ଼ିଶା ଅଭିମୁଖେ ଆସୁଥିଲା। ତେବେ କଣ୍ଟେନରଟି ୧୬ ନମ୍ୱର ଜାତୀୟ ରାଜପଥରେ ଦ୍ରୁତ ଗତିରେ ଆସୁଥିବା ବେଳେ ବାଲେଶ୍ୱର ଟାଉନ୍‌ର ବାମପଦା ଛକରେ ହମ୍ପ୍ସରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ବାଡ଼ାରେ ପଟି ହୋଇଥିଲା। ପରେ ବାଲେଶ୍ୱର-ନୀଳଗିରି ରେଳ ଲାଇନ୍‌ର ୯୯ ନମ୍ବର ରେଲୱେ ଗେଟକୁ ଧକ୍କା ଦେଇଥିଲା। ଯାହାଫଳରେ ସିଗ୍‌ନାଲ୍‌ ପୋଷ୍ଟଟି ଭାଙ୍ଗି ଯାଇଛି। ଏଥିସହ ଟ୍ରାକ୍‌ ଅଙ୍କାବାଙ୍କା ହୋଇଯାଇଛି।

କଣ୍ଟେନର ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିବାରୁ ଗାଡ଼ିକୁ ଟ୍ରାକ୍‌ରୁ ବାହାର କରିପାରିନଥିଲେ। ଖବର ପାଇ ପୁଲିସ୍‌ ନିଶାସକ୍ତ ଡ୍ରାଇଭରକୁ ହେପାଜତକୁ ନେଇଛି। ସେପଟେ ଟ୍ରେନ୍‌ ଲାଇନ୍‌ରେ କଣ୍ଟେନରଟି ଛିଡ଼ା ହୋଇଥିବାରୁ ରେଳ ଚଳାଚଳ ବ୍ୟାଘାତ ହୋଇଛି। ଘଟଣା ସ୍ଥଳରେ ବାଲେଶ୍ୱର ଷ୍ଟେସନ ମାଷ୍ଟର, ଇଂଜିନିୟ ଓ କର୍ମଚାରୀମାନେ ପହଞ୍ଚିଛନ୍ତି। ଟ୍ରେନ ଲାଇନରୁ କଣ୍ଟେନରକୁ ବାହାର କରିବା ପାଇଁ ଉଦ୍ୟମ ଚାଲିଛି।

Advertisment

ଏହି ଭୟଙ୍କର ଦୁର୍ଘଟଣାରେ କେହି ମୃତାହତ ହୋଇନଥିଲେ ମଧ୍ୟ ଟ୍ରେନ୍‌ ଲାଇନ୍‌ ପାଖରେ କାମ କରୁଥିବା ଅନେକ ଲୋକଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ଟ୍ରକ୍‌ଟି ସିଗ୍‌ନାଲ୍‌ ଗେଟ୍‌କୁ ଧକ୍କା ଦେଲା ବେଳେ ଟ୍ରାକ୍‌ ପାର୍ଶ୍ୱରେ କାମ କରୁଥିବା ଶ୍ରମିକମାନେ ଜୀବନ ବିକଳରେ ପଳାଇ ଯାଇଥିଲେ। ଏନେଇ ଜିଆର୍‌ପି ଥାନାରେ ଲିଖିତ ଅଭିଯୋଗ ହୋଇଛି।

ରିପୋର୍ଟ-ବାଲେଶ୍ୱରରୁ ରଞ୍ଜୀତ ପାକଳ

Accident Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe