Advertisment

କଳିଙ୍ଗା ଘାଟିରେ ଓଲଟି ପଡ଼ିଲା ଟ୍ରକ୍‌

ଛତିଶଗଡ଼ ବିଳାଶପୁରରୁ ବାଙ୍ଗାଲୁରୁ ଅଭିମୁଖେ ଯାଉଥିଲା ଏକ ଲୁହ ଚଦର ବୋଝେଇ ଟ୍ରକ। ତେବେ ଟ୍ରକ୍‌ଟି କଳିଙ୍ଗା ଘାଟିର ବୁଲାଣି ରାସ୍ତାରେ ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ।

author-image
Manoranjan Sial
Accident

Accident

କଳିଙ୍ଗା ଘାଟିରେ ଓଲଟିଲା ଲୁହା ଚଦର ବୋଝେଇ ଟ୍ରକ୍‌। ଆଉ ଘଟଣା ସ୍ଥଳରେ ହେଲ୍‌ପରଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଛି। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମୃତକଙ୍କ ଘର ଉତ୍ତରପ୍ରଦେଶର ଆହ୍ଲାବାଦରେ ବୋଲି ଜଣାପଡ଼ିଛି।

Advertisment

ଛତିଶଗଡ଼ ବିଳାଶପୁରରୁ ବାଙ୍ଗାଲୁରୁ ଅଭିମୁଖେ ଯାଉଥିଲା ଏକ ଲୁହ ଚଦର ବୋଝେଇ ଟ୍ରକ। ତେବେ ଟ୍ରକ୍‌ଟି କଳିଙ୍ଗା ଘାଟିର ବୁଲାଣି ରାସ୍ତାରେ ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ତା’ପରେ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ୍‌ ଭିତରୁ ହେଲ୍‌ପରଙ୍କ ମୃତଦେହ ଉଦ୍ଧାର କରିଥିଲେ। ମୃତ ହେଲ୍‌ପରଙ୍କ ଘର ଆହ୍ଲାବାଦର ବୋଲି ଜଣାପଡ଼ିଛି। ତା’ପରେ ଟ୍ରକ୍‌ କ୍ୟାବିନ୍‌ ଭିତରେ ଚାଳକ ଚାପି ହୋଇଯାଇଥିବା ଦେଖିବାକୁ ମିଳିଥିଲା। କଟର ମାଧ୍ୟମରେ କାଟି ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି।

ରିପୋର୍ଟ- ବାଲିଗୁଡ଼ାରୁ ଅଜିତ କୁମାର ନାୟକ

Accident Kandhamal