Advertisment

ମଝି ରାସ୍ତାରେ ଓଲଟି ପଡ଼ିଲା ହାଇୱା

ଜଲାପୁଟରୁ ମେଟାଲ ବୋଝେଇ କରି ଗୋଟିଏ ହାଇୱା ବୈପାରୀଗୁଡା ଅଞ୍ଚଳକୁ ଯାଉଥିଲା। ତେବେ ଲମତାପୁଟ ସ୍ଥିତ ଆଶାକିରଣ ନିକଟରେ ମଝି ରାସ୍ତାରେ ହାଇୱାଟି ଓଲଟି ପଡ଼ି କାର୍‌ରେ ପିଟି ହୋଇଯାଇଥିଲା।

author-image
Manoranjan Sial
Accident

Accident

ଚିପ୍ସ ବୋଝେଇ କରି ଯାଉଥିବା ହାଇୱା ମଝି ରାସ୍ତାରେ ଓଲଟି ପଡ଼ିଲା। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କୋରାପୁଟ ଜିଲ୍ଲାରେ ଘଟିଛି। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ଭିତରେ ଜଣେ ନାବାଳକ ଅଛନ୍ତି। ସମସ୍ତଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

ଜଲାପୁଟରୁ ମେଟାଲ ବୋଝେଇ କରି ଗୋଟିଏ ହାଇୱା ବୈପାରୀଗୁଡା ଅଞ୍ଚଳକୁ ଯାଉଥିଲା। ତେବେ ଲମତାପୁଟ ସ୍ଥିତ ଆଶାକିରଣ ନିକଟରେ ମଝି ରାସ୍ତାରେ ହାଇୱାଟି ଓଲଟି ପଡ଼ି କାର୍‌ରେ ପିଟି ହୋଇଯାଇଥିଲା। ଯାହାଫଳରେ ହାଇୱା ଡ୍ରାଇଭର, ହେଲପର ଓ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଜଣେ ପିଲା ଆହତ ହୋଇଥିଲେ। ସମସ୍ତଙ୍କୁ ଲମତାପୁଟ ଆଶା କିରଣ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେଉଁ କାରଣରୁ ହାଇୱା ଓଲଟି ପଡ଼ିଲା? ତାହାର କାରଣ ଜାଣିବା ପାଇଁ ଲମତାପୁଟ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ- ଲମତାପୁଟରୁ ଜଗତ ଜୀବନ

Accident Roadaccident Koraput