Advertisment

ବାପାଙ୍କ ସହ ଘରକୁ ଫେରୁଥିଲେ କୁନି ପୁଅ, ରାସ୍ତାରେ ପିଟିଦେଲା ଟ୍ରକ

ନୂଆପଡ଼ା ସଦର ଥାନା ଧାମନପୁରୀ ଗାଁ ନିକଟ ଜାତୀୟ ରାଜପଥ ୩୫୩ରେ ଟ୍ରକ ଧକ୍କାରେ ଜଣେ ୫ ବର୍ଷର ଶିଶୁ ମୃତ୍ୟୁ ହୋଇଥିବା ବେଳେ ବାପା ଓ ସମ୍ପର୍କୀୟା ବୃଦ୍ଧା ଗୁରୁତର ହୋଇଛନ୍ତି।

author-image
Biswajit Samal
Accident

Accident

ନୂଆପଡ଼ା ସଦର ଥାନା ଧାମନପୁରୀ ଗାଁ ନିକଟ ଜାତୀୟ ରାଜପଥ ୩୫୩ରେ ଟ୍ରକ ଧକ୍କାରେ ୫ ବର୍ଷର ଶିଶୁ ମୃତ୍ୟୁ ହୋଇଥିବା ବେଳେ ବାପା ଓ ସମ୍ପର୍କୀୟା ବୃଦ୍ଧା ଗୁରୁତର ହୋଇଛନ୍ତି।

Advertisment

ନୂଆପଡ଼ା ଜିଲ୍ଲା କୋମନା ଥାନା କାଣ୍ତେତରା ଗାଁର କାନୁଲାଲ ସାହୁ ଏକ ବାଇକରେ ଚନ୍ଦରପୁର ଗାଁରୁ ନିଜ ପୁଅ ହିତେଶ ଓ ସମ୍ପର୍କୀୟ ବୃଦ୍ଧାଙ୍କୁ ନେଇ ଘରକୁ ଫେରୁଥିଲେ। ଏହି ସମୟରେ ଜାତୀୟ ରାଜପଥ ୩୫୩ର ଧାମନପୁରୀ ଗାଁ ନିକଟରେ ଏକ ମର୍ମନ୍ତୁଦ ଦୃର୍ଘଟଣା ହୋଇଥିଲା।

ସୂଚନା ଅନୁସାରେ ସିମେଣ୍ଟ ବୋଝେଇ ଟ୍ରକ୍‌ଟି ବାଇକକୁ ପଛ ପଟୁ ଧକ୍କା ଦେଇ ଥିଲା। ଯାହା ଫଳରେ ବୃଦ୍ଧା ଧରି ଥିବା ଶିଶୁଟି ଛିଟିକି ତଳେ ପଡ଼ି ଯାଇ ଥିଲା। ଶିଶୁ ଉପରେ ଟ୍ରକ୍ ଚଢି ଯାଇ ଥିଲା। ଘଟଣାସ୍ଥଳରେ ଶିଶୁଟି ମୃତ୍ୟୁବରଣ କରି ଥିଲା।

Advertisment

ବାପା ଓ ସମ୍ପର୍କୀୟା ରାମଶିଳା ସାହୁଙ୍କୁ ପୁଲିସ ଓ ଅଗ୍ନୀଶମ ବାହୀନି ଉଦ୍ଧାର କରି ନୂଆପଡ଼ା ମେଡିକାଲରେ ଭର୍ତ୍ତୀ କାରିଥିଲେ। ଅନ୍ୟପଟେ ଘଟଣା ସ୍ଥଳରୁ ଦୁର୍ଘଟଣା ଘଟାଇ ଥିବା ଟ୍ରକ୍ ଓ ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ପୁଲିସ ଡ୍ରାଇଭରକୁ ଧରିବା ପାଇଁ ଖୋଜୁଛି।

Accident