/odisha-reporter/media/post_attachments/uploadimage/library/16_9/16_9_0/Accident_1755006818.jpg)
Accident
ଜାତୀୟ ରାଜପଥରେ ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କା। ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା କାନ୍ତା ଛକରେ ୧୮ ନଂ ଜାତୀୟ ରାଜପଥରେ।
Advertisment
ମୃତ ଯୁବକ ଦ୍ୱୟ ଝାରପୋଖରିଆ ଥାନା ଅନ୍ତର୍ଗତ ଦାନାଦାର ଗାଁର ବୋଲି ଜଣାପଡ଼ିଛି।
ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାରିପଦା ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହିତ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଡାକ୍ତରଖାନାରେ ସେମାନଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିଲା।
ପୁଲିସ୍ ଉଭୟ ଟ୍ରକ ଓ ବାଇକକୁ ଜବତ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
