Advertisment

ବାଣ ନେଇ ଅଯୋଧ୍ୟା ଯାଉଥିବା ଟ୍ରକ୍‌ରେ ଲାଗିଲା ନିଆଁ

ଟ୍ରକ୍‌ରେ ନିଆଁ ଲାଗିବା ପରେ ୨ ଘଣ୍ଟା ଯାଏଁ ବାଣ ବିସ୍ଫୋରଣ ହୋଇଥିଲା।

Truck Catches Fire

Truck Catches Fire

Advertisment

ବାଣ ଲଦା ହୋଇଥିବା ଏକ ଟ୍ରକ୍‌ରେ ଲାଗିଲା ନିଆଁ। ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାର ଖରଗିଖେଡା ଗାଁ ନିକଟରେ ଏକ ଟ୍ରକ୍‌ରେ ସନ୍ଦିଗ୍ଧ ପରିସ୍ଥିତିରେ ନିଆଁ ଲାଗିବା ଯୋଗୁ ଭୟଙ୍କର ବିସ୍ଫୋରଣ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି।

Advertisment

ସୂଚନା ମୁତାବକ, ଆଜି ଭୋର ୪ଟା ବେଳେ ଏହି ଟ୍ରକ୍‌ରେ ନିଆଁ ଲାଗିଥିଲା। ଟ୍ରକ୍‌ଟିରେ ବିପୁଳ ବାଣ ଲଦା ହୋଇଥିଲା। ଏହା ତାମିଲନାଡୁରୁ ଅଯୋଧ୍ୟାକୁ ଯାଉଥିଲା। ତେବେ ଟ୍ରକ୍‌ରେ ନିଆଁ ଲାଗିବା ପରେ ୨ ଘଣ୍ଟା ଯାଏଁ ବାଣ ବିସ୍ଫୋରଣ ହୋଇଥିଲା। ଫଳରେ ଉନ୍ନାଓ-ପୂରବା ଜାତୀୟ ରାଜପଥରେ ଟ୍ରାକ୍‌ ଜାମ ସୃଷ୍ଟି ହୋଇଥିଲା। ସେପଟେ ଆତସବାଜି ଯୋଗୁ ରାସ୍ତା କଡରେ ଥିବା ଏକ ଘରେ ନିଆଁ ଲାଗିଯାଇଥିଲା।

ପରେ ଖବର ପାଇ ଘଟଣାସ୍ଥଲର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି। ତେବେ କେଉଁ କାରଣ ଯୋଗୁ ଟ୍ରକ୍‌ରେ ନିଆଁ ଲାଗିଲା ସେ ନେଇ କିଛି ସୂଚନା ମିଳିନାହିଁ। ଏଥିସହ ଏହି ଘଟଣାରେ କେହି ମୃତାହତ ମଧ୍ୟ ହୋଇନାହାନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ଆସନ୍ତା ୨୨ ତାରିଖରେ ଆଯୋଧ୍ୟ ରାମ ମନ୍ଦିରର ଉଦ୍‌ଘାଟନ ହେବ। ମନ୍ଦିର ଭିତରେ ରାମଲଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା। ଏଥିପାଇଁ ପୂରା ଦେଶ ଉତ୍ସବ ମୁଖର ହୋଇପଡିଛି। ଏହି ଉତ୍ସବ ପାଇଁ ଉକ୍ତ ଟ୍ରକ୍‌ରେ ବାଣ ଯାଉଥିଲା ବୋଲି ସନ୍ଦେହ କୁହାଯାଉଛି।

Ayodhya Fireworks Truck Catches Fire
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe