Advertisment

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌, ଜଳିଗଲେ ଉଭୟ ଗାଡ଼ି

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌। ପରେ ଉଭୟ ବାଇକ୍‌ ଓ ଟ୍ରକ୍‌ ଜଳି ଯାଇଥିଲେ। ବାଇକ୍‌ରେ ବସିଥିବା ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାଟି ଘଟିଛି ଭଦ୍ରକର ବରପଦାରେ।

author-image
Jitendra Garnayak
Accident

Accident

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌। ପରେ ଉଭୟ ବାଇକ୍‌ ଓ ଟ୍ରକ୍‌ ଜଳି ଯାଇଥିଲେ। ବାଇକ୍‌ରେ ବସିଥିବା ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାଟି ଘଟିଛି ଭଦ୍ରକର ବରପଦାରେ।

Advertisment

ବରପଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ରାସ୍ତାକଡ଼ରେ ବାଇକ୍ ରଖି ତିନି ଜଣ ଯୁବକ ଚା’ ପିଉଥିଲେ। ଜଣେ ଯୁବକ ବାଇକ୍ ପରେ ବସିଥିବା ବେଳେ ଅନ୍ୟ ଦୁଇ ଜଣ ଛିଡ଼ା ହୋଇଥିଲେ। ସେହି ସମୟରେ ଭଦ୍ରକରୁ ଆନନ୍ଦପୁର ଅଭିମୁଖେ ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ୍ ହଠାତ୍ ସେମାନଙ୍କ ଆଡ଼କୁ ମାଡ଼ି ଆସିଥିଲା।

ଟ୍ରକ୍‌ଟି ବାଇକ୍‌କୁ ଧକ୍କା ଦେଇ କିଛି ବାଟ ଘୋଷାଡ଼ି ନେଇଥିଲା। ବାଇକ୍‌ଟି ରାସ୍ତାରେ ଘୋଷାଡ଼ି ହୋଇଯିବାରୁ ସେଥିରେ ନିଆଁ ଲାଗି ଯାଇଥିଲା। ତା’ପରେ ବସ୍‌ରେ ନିଆଁ ଲାଗି ଯାଇଥିଲା। ଟ୍ରକ୍‌ଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଡ୍ରାଇଭର ସୁରକ୍ଷିତ ଅଛନ୍ତି।

Advertisment

ଅନ୍ୟପକ୍ଷରେ ବାଇକ୍‌ ଉପରେ ବସି ଚା’ ପିଉଥିବା ଯୁବକଙ୍କ ଜଣଙ୍କ ବସ୍ ଧକ୍କାରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

ଭଦ୍ରକରୁ ପାର୍ଥସାରଥୀ ନାୟକଙ୍କ ରିପୋର୍ଟ

Accident Road Accident