Advertisment

ଜଳିଗଲା ପିଆଜ ବୋଝେଇ ଟ୍ରକ୍, ମିଳୁନି ଡ୍ରାଇଭରର ପତ୍ତା

ଆଜି ସକାଳେ ପିଆଜ ବୋଝେଇ ଟ୍ରକ୍‌ଟି ନାସିକରୁ କୋଲକତା ଅଭିମୁଖେ ଯାଉଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Fire

Fire

ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଏକ ପିଆଜ ବୋଝେଇ ଟ୍ରକ୍‌ରେ ନିଆଁ ଲାଗିଯାଇଛି। ଟ୍ରକ୍‌ଟି ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଛି। ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଅଗ୍ନିଶମ କର୍ମଚାରୀ। ଟ୍ରକ୍ ଡ୍ରାଇଭରର ପତ୍ତା ମିଳୁନି। ଟ୍ରକ ଭିତରେ ଡ୍ରାଇଭର ରହିଯାଇ ଥିବା ଅନୁମାନ କରାଯାଉଛି।

Advertisment

ଆଜି ସକାଳେ ପିଆଜ ବୋଝେଇ ଟ୍ରକ୍‌ଟି ନାସିକରୁ କୋଲକତା ଅଭିମୁଖେ ଯାଉଥିଲା। ବାଙ୍ଗିରିପୋଷି ଘାଟି ନିକଟରେ ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା।୨ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛନ୍ତି।

ବିଶୋଇ ଥାନା ପୁଲିସ ଓ ବାଙ୍ଗିରିପୋଷି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଟ୍ରକରେ ନିଆଁ ଲାଗିବା ପରେ ସେହି ରାସ୍ତାରେ ଗାଡ଼ିଚଳାଚଳ ଠପ୍‌ ହୋଇଯାଇଛି। ଟ୍ରକ୍‌ରେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ିନାର୍ହି। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଜଣାଯାଇଛି। 

Advertisment
Fire Breakout Baripada