Truck Fire
ଟ୍ରକ୍ ଷ୍ଟାର୍ଟ କରୁଥିଲେ ଡ୍ରାଇଭର, ହଠାତ୍ ଲାଗିଗଲା ନିଆଁ। ଆଉ ଆଖି ପିଛୁଳାକେ ଗାଡ଼ିଟି ହୁତୁହୁତୁ ହୋଇ ଜଳିଗଲା । ଏପରି ଏକ ଅଘଟଣ ଆଜି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଫରେଷ୍ଟ ଅଫିସ ଛକ ନିକଟରେ ଘଟିଛି । ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।
Advertisment
ଏକ ବାଲି ବୋଝେଇ ଟ୍ରକ୍ ଟାଙ୍ଗୀ ଫରେଷ୍ଟ ଅଫିସ ଛକ ନିକଟରେ ଆଜି ସକାଳେ ପହଞ୍ଚିଥିଲା। ସେଠାରେ ଗାଡ଼ିଟି ବାଲି ଅନଲୋଡ କରିଥିଲା। ଡ୍ରାଇଭର ଗାଡ଼ିଟିକୁ ଷ୍ଟାର୍ଟ କରୁଥିବା ବେଳେ ହଠାତ ସେଥିରେ ନିଆଁ ଲାଗି ଯାଇଥିଲା । ସଙ୍ଗେସଙ୍ଗେ ଗାଡ଼ିଟି ହୁତୁହୁତୁ ହୋଇ ଜଳିବାରୁ ଡ୍ରାଇଭର ପ୍ରାଣ ବିକଳେ ତଳକୁ ଡେଇଁ ପଡ଼ି ନିଜ ଜୀବନ ରକ୍ଷା କରି ପାରିଥିଲେ।
ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଛି।
Advertisment
ଏହାର କାରଣ ଜଣା ପଡ଼ି ନ ଥିବା ବେଳେ ସର୍ଟ ସର୍କିଟରୁ ଏପରି ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
