Advertisment

ଆଖିକୁ ନିଦ ଆସିବା କାଳ ହେଲା; ଓଭରବ୍ରିଜ ତଳକୁ ଖସିଲା ଟ୍ରକ୍‌

ଆଖିକୁ ନିଦ ଆସିବା କାଳ ହେଲା। ଡ୍ରାଇଭର ଭାରସାମ୍ୟ ହରାଇବାରୁ ଓଭରବ୍ରିଜ ତଳକୁ ଖସି ପଡ଼ିଲା ଥଣ୍ଡାପାନୀୟ ବୋଝେଇ ଟ୍ରକ୍‌।

Accident

Accident

Advertisment

ଆଖିକୁ ନିଦ ଆସିବା କାଳ ହେଲା। ଡ୍ରାଇଭର ଭାରସାମ୍ୟ ହରାଇବାରୁ ଓଭରବ୍ରିଜ ତଳକୁ ଖସି ପଡ଼ିଲା ଥଣ୍ଡାପାନୀୟ ବୋଝେଇ ଟ୍ରକ୍‌। ଏହି ଦୁର୍ଘଟଣାରେ ଟ୍ରକ୍‌ଟି ସମ୍ପୂର୍ଣ୍ଣ ଚୁରମାର ହୋଇ ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର । ଏପରି ଏକ ଦୁର୍ଘଟଣା ଆଜି ଭୋରରୁ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ୧୬ ନଂ ଜାତୀୟ ରାଜପଥର ପାଳଦାବାଙ୍କ ନିକଟରେ ଘଟିଛି।

Advertisment

ଟ୍ରକଟି ଜଗତପୁରରୁ ଥଣ୍ଡା ପାନୀୟ ନେଇ ଭଦ୍ରକ ଅଭିମୁଖେ ଯାଉଥିଲା। ମାତ୍ର ଆଜି ଭୋରରୁ ଗାଡ଼ିଟି ପାଳଦାବାଙ୍କ ନିକଟରେ ଓଭରବ୍ରିଜରେ ଯାଉଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଖି ଯାଇଥିଲା। ଫଳରେ ସେ ଭାରସାମ୍ୟ ହରାଇ ବସିଥିଲେ ଓ ଗାଡ଼ିଟି ଓଭରବ୍ରିଜ ତଳକୁ ଖସି ପଡ଼ିଥିଲା।

ସ୍ଥାନୀୟ ଲୋକେ ତୁରନ୍ତ ଡ୍ରାଇଭରଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସେଠାରେ ସେ ଚିକିତ୍ସାଧୀନ ଥିବା ବେଳେ ବିପଦମୁକ୍ତ ଥିବା ଜଣାଯାଇଛି।

Advertisment

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Accident Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe