Advertisment

ଟ୍ରକ୍‌କୁ ପିଟିଲା ଅଜଣା ଗାଡ଼ି; ଡ୍ରାଇଭରଙ୍କ ସମେତ ତାଙ୍କ ୩ ପୁଅ ଗୁରୁତର

୫୭ନମ୍ବର ଜାତୀୟ ରାଜପଥ ଉପରେ ଏକ କଖାରୁ ବୋଝେଇ ଟ୍ରକକୁ ପିଟିଲା ଅଜଣା ଗାଡି । ଏହି ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କ ସମେତ ତାଙ୍କର ୩ ପୁଅ ଗୁରୁତର ହୋଇଛନ୍ତି ।

Accident

Accident

Advertisment

ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଲୁଣିବାହଲ ନିକଟରେ ଗତରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ୫୭ନମ୍ବର ଜାତୀୟ ରାଜପଥ ଉପରେ ଏକ କଖାରୁ ବୋଝେଇ ଟ୍ରକକୁ ପିଟିଲା ଅଜଣା ଗାଡି । ଏହି ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କ ସମେତ ତାଙ୍କର ୩ ପୁଅ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ବୌଦ୍ଧ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisment

ସୂଚନା ମୁତାବକ ଗତକାଲି ଟ୍ରକଟି ନବରଙ୍ଗପୁରରୁ କଖାରୁ ନେଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲା । ଉକ୍ତ ଟ୍ରକ୍‌ଟିକୁ ଡ୍ରାଇଭର ଚଳାଉଥିବା ବେଳେ ସେଥିରେ ତାଙ୍କ ୩ ପୁଅ ବି ଥିଲେ। ସେମାନେ ଭୁବନେଶ୍ୱରରେ କଖାରୁ ଅନଲୋଡ କରି ଫେରିଥାନ୍ତେ।

ବିଳମ୍ବିତ ରାତିରେ ଗାଡ଼ିଟି ପୁରୁଣାକଟକ ଥାନା ଅନ୍ତର୍ଗତ ଲୁଣିବାହଲ ଅତିକ୍ରମ କରୁଥିଲା। ଉକ୍ତ ସମୟରେ ଏକ ଅଜଣା ଗାଡ଼ି କଖାରୁ ବୋଝେଇ ଟ୍ରକଟିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ସମେତ ତାଙ୍କର ୩ ପୁଅ ଗୁରୁତର ଆହତ ହୋଇଛନ୍ତି ।

Advertisment

ସମସ୍ତେ ଟ୍ରକ୍‌ ଭିତରେ ଚାପି ହୋଇ ଯାଇଥିବା ବେଳେ ସ୍ଥାନୀୟ ଲୋକ ତୁରନ୍ତ ଚାରିଛକ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ପ୍ରାୟ ଗୋଟିଏ ଘଣ୍ଟା ଧରି ପରିଶ୍ରମ କରି ଆହତଙ୍କୁ ଟ୍ରକରୁ ବାହାର କରିଥିଲା ।

ପରେ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରୁ ସେମାନଙ୍କୁ ଆଜି ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯିବ ବୋଲି ଜଣାଯାଇଛି।

ଦୁର୍ଘଟଣା ପରେ ଅଜଣା ଗାଡ଼ିଟି ଫେରାର ହୋଇ ଯାଇଛି। ବର୍ତ୍ତମାନ ଘଟଣାସ୍ଥଳରେ ପୁରୁଣାକଟକ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ - ବୌଦ୍ଧରୁ ଦୀପକ ଅଦାର

Road Accident Boudh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe