Advertisment

୫୦ ଫୁଟ ତଳକୁ ଖସିଲା ଟ୍ରକ୍‌, ରେଲୱେ ଟ୍ରାକ୍ ଉପରେ କଚାଡ଼ି ହେଲା

ଏକ ହାଇୱା ଟ୍ରକ୍ ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସି ରେଳ ଟ୍ରାକ୍ ଉପରେ ପଡ଼ିଲା ।

author-image
Niharika Rout
ଅଦ୍ୟତନ ହୋଇଛି
Accident

Accident

କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଗୁରୁବେଡ଼ା ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ହାଇୱା ଟ୍ରକ୍ ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସି ରେଳ ଟ୍ରାକ୍ ଉପରେ ପଡ଼ିଲା । ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଟ୍ରକ୍ ଭିତରେ ଦୀର୍ଘ ସମୟ ଧରି ଚାପି ହୋଇ ରହିଥିଲେ ।

Advertisment

ସୂଚନା ପାଇ, ବାମେଵାରୀ ପୁଲିସ୍ ଓ ରେଳ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଧ ଘଣ୍ଟାର ପରିଶ୍ରମ ପରେ କଟରରେ କାଟି ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ ।

ଆହତ ଡ୍ରାଇଭର ଝାଡ଼ଖଣ୍ଡ କୋଡରମା ଅଞ୍ଚଳର ସଞ୍ଜୟ ୟାଦବଙ୍କୁ ଯୋଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତାଙ୍କର ଦୁଇଟିଯାକ ଗୋଡ଼ ଭାଙ୍ଗିଯାଇଥିବା ଜଣାଯାଇଛି।

Advertisment

ତେବେ ରେଲୱେ ଟ୍ରାକ ଉପର ଦେଇ ଯାଇଥିବା ୨୫ ହଜାର ଭୋଲ୍ଟ ତାରକୁ ଡେଇଁ ଟ୍ରକଟି ଖସିଥିବା ବେଳେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛି। ଟ୍ରକଟି ରେଲୱେ ଟ୍ରାକରେ ପଡ଼ିଥିବା କାରଣରୁ ବାଂଶପାଣି - ଜରୋଳି ରୁଟ୍ ରେ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି । ଟ୍ରକକୁ ହଟାଇ ରେଳ ଚଳାଚଳ ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଚଳାଇଛି ରେଳ ବିଭାଗ ।

Accident Keonjhar