/odisha-reporter/media/post_attachments/uploadimage/library/16_9/16_9_0/Accident_1754394602.jpg)
Accident
ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବଲାଙ୍ଗିର ଜିଲ୍ଲା ବନ୍ଧପଡ଼ା ସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ଶାଖା ପ୍ରବନ୍ଧକ (ବ୍ରାଞ୍ଚ ମ୍ୟାନେଜର) ସୁଶାନ୍ତ କୁମାର ଭୋଇ।
Advertisment
ସେ କୌଣସି କାମରେ ଆଜି କାରରେ ଦେଓଗାଁ-ବନ୍ଧପଡ଼ା ରାସ୍ତାରେ ଯାଉଥିବା ବେଳେ ବନ୍ଧପଡ଼ା ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା।
ଟ୍ରକ୍ ଧକ୍କା ଦେବା ପରେ କାରଟି ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଥିଲା। ଘଟଣାସ୍ଥଳରେ ବ୍ରାଞ୍ଚ ମ୍ୟାନେଜର ସୁଶାନ୍ତ କୁମାର ଭୋଇଙ୍କ ମୃତ୍ୟୁ ଘଟିଥିଲା।
Advertisment
ଦୁର୍ଘଟଣା ଘଟାଇ ଟ୍ରକଟି ଫେରାର ମାରିଥିଲା। ଦେଓଗାଁ ପୁଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଜାରି ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
