Advertisment

ପିଟି ଦେଲା ଟ୍ରକ୍‌: ସ୍ୱାମୀ ମୃତ, ସ୍ତ୍ରୀ ଆହତ, ୩ ବର୍ଷର ଝିଅ ସୁରକ୍ଷିତ

ସ୍ତ୍ରୀ ଓ ଝିଅଙ୍କ ସହିତ ବାଇକ୍‌ରେ ଗାଁକୁ ଯାଉଥିଲେ।

ଅଦ୍ୟତନ ହୋଇଛି
DeadBody

DeadBody

Advertisment

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ସିଂହାରପୁର ନିକଟରେ ୪୯ ନମ୍ବର ଜାତୀୟ ରାଜପଥରେ ଆଜି ଏକ ଟ୍ରକ୍ ଏକ ବାଇକ୍‌କୁ ଧକ୍କା ଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଆହତ ହୋଇଛନ୍ତି। ସେମାନଙ୍କର ୩ ବର୍ଷର ଝିଅ ସୁରକ୍ଷିତ ଅଛି।

Advertisment

ମୃତକଙ୍କ ନାଁ ନୋହର ସାଏ (୨୯)। ତାଙ୍କ ଘର ଛତିଶଗଡ଼ର ଶକ୍ତି ଜିଲ୍ଲାର ରେଡ଼ା ଗାଁରେ। ତାଙ୍କ ସ୍ତ୍ରୀଙ୍କ ନାଁ ନିଲା ୱାରେନ ବୋଲି ଲଖନପୁର ପୁଲିସ ସୂଚନା ଦେଇଛି।

ନୋହର ସାଏ ତାଙ୍କ ସ୍ତ୍ରୀ ଓ ୩ ବର୍ଷର ଝିଅଙ୍କୁ ନେଇ ବାଇକ ଯୋଗେ ଗାଁକୁ ଯାଉଥିଲେ। ସେମାନେ ଝାରସୁଗୁଡ଼ା ପଟରୁ ଯାଉଥିବା ବେଳେ ପଞ୍ଚଗାଁ ପାର୍ଶ୍ୱରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ଏକ ଟ୍ରକ୍ ସେମାନଙ୍କୁ ସିଂହାରପୁର ନିକଟରେ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ନୋହର ସାଏଙ୍କର ମୃତ୍ୟୁ ଘଟିଥିଲା।

Advertisment

ପୁଲିସ୍ ନୋହର ସାଏଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ତାଙ୍କ ସ୍ତ୍ରୀ ନିଲାଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭର ଫେରାର ଅଛନ୍ତି। ଲଖନପୁର ପୁଲିସ୍ ଟ୍ରକ୍‌ଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe