/odisha-reporter/media/post_attachments/uploadimage/library/16_9/16_9_0/Dead_Woman_1701530213.jpg)
Dead Woman
ବଲାଙ୍ଗିର ସଦର ଥାନା ଚନ୍ଦନଭାଟି କଲେଜ ନିକଟରେ ସ୍କୁଟିକୁ ଟ୍ରକ୍ ଧକ୍କା ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି।
Advertisment
ମୃତ ମହିଳାଙ୍କ ନାଁ ସବିତା ଛତ୍ରିଆ। ତାଙ୍କ ସ୍ୱାମୀଙ୍କ ନାଁ ଆଲୋକ ଛତ୍ରିଆ। ସେ ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ।
ଆଲୋକ ଛତ୍ରିଆ ଓ ତାଙ୍କ ସ୍ତ୍ରୀ ସବିତା ଦୁଆନପାଲି ଗାଁର ଚର୍ଚ୍ଚରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ବଲାଙ୍ଗିରକୁ ଫେରୁଥିଲେ। ଏହି ସମୟରେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସବିତାଙ୍କର ମୃତ୍ୟୁ ଘଟିଥିଲା।
Advertisment
ଆଲୋକଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତି କରାଯାଇଛି। ବଲାଙ୍ଗିର ସଦର ଥାନା ପୁଲିସ ଟ୍ରକକୁ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
