Advertisment

ଟ୍ରକ୍‌କୁ ପିଟିଲା ଟ୍ରକ୍‌: ଜଣେ ମୃତ, ୪ ଗୁରୁତର

ଯେଉଁ ଟ୍ରକ୍‌ଟି ଧକ୍କା ଦେଇଥିଲା ତା’ର ଡ୍ରାଇଭର ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।

author-image
Jitendra Garnayak
Accident

Accident

ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ଚୂନା ଘାଟିରେ ଏକ ଟ୍ରକ୍‌ ଆଉ ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ଆଜି ସନ୍ଧ୍ୟାରେ ୫୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ଏକ ଟ୍ରକ୍ ଛିଡ଼ା ହୋଇଥିଲା। ସେହି ସମୟରେ କୋଇଡ଼ା ପଟରୁ ଯାଉଥିବା ଆଉ ଏକ ଟ୍ରକ୍ ତାକୁ ପଛରୁ ଧକ୍କା ଦେଇଥିଲା।

ଯେଉଁ ଟ୍ରକ୍‌ଟି ଧକ୍କା ଦେଇଥିଲା ତା’ର ଡ୍ରାଇଭର ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଅନ୍ୟପକ୍ଷରେ ଅନ୍ୟ ଟ୍ରକ୍‌ଟିରେ ଥିବା ୪ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।

Advertisment

ଆହତମାନଙ୍କୁ ଲହୁଣୀପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗ୍ୟାସ୍‌ କଟରରେ ଗାଡ଼ିକୁ କାଟି ମୃତ ଡ୍ରାଇଭରଙ୍କ ଶବକୁ ବାହାର କରିଥିଲେ କୋଇଡା ଅଗ୍ନିଶମ ବାହିନୀର କର୍ମଚାରୀମାନେ। କେବଲାଙ୍ଗ ପୁଲିସ ଘଟଣାର ତଦନ୍ତ କରୁଛି।

Accident Road Accident