Advertisment

ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଟ୍ରକ୍

ଟ୍ରକ୍‌ ଦୁଇଟି ଗୁଜରାଟରୁ ଟାଇଲ ନେଇ ଆସିଥିଲେ।

Accident

Accident

Advertisment

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବଡ଼ଝରା ଗାଁ କେନାଲ ବ୍ରିଜ ନିକଟରେ ୫୩ ନଂ ଜାତୀୟ ରାଜପଥରେ ଗୋଟିଏ ଟ୍ରକ୍‌ ଅନ୍ୟ ଏକ ଟ୍ରକ୍ ପଛରେ ପିଟି ହେବାରୁ ଜଣେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Advertisment

ଟ୍ରକ୍‌ ଦୁଇଟି ଗୁଜରାଟରୁ ଟାଇଲ ନେଇ ଆସିଥିଲେ। ସେମାନେ ଓଡ଼ିଶା ଦେଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ପଛରୁ ଧକ୍କ ଦେଇଥିବା ଟ୍ରକର ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ତାଙ୍କର ଗୋଟିଏ ଗୋଡ଼ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା କୁହାଯାଉଛି।

ଦୁର୍ଘଟଣାରେ ପଛରୁ ଧକ୍କା ଦେଇଥିବା ଗାଡ଼ିର ସମ୍ମୁଖଭାଗ ଚୁରମାର ହୋଇଯାଇଛି। ପରଜଙ୍ଗ ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe