Advertisment

ହସ୍ପିଟାଲ ଯାଉଥିଲେ ମା’, ପୁଅ; ପଛରୁ ପିଟିଦେଲା ଟ୍ରକ୍‌

ଅସୁସ୍ଥ ମା’କୁ ସୁସ୍ଥ କରିବା ନିମନ୍ତେ ଆଜି ସକାଳେ ହସ୍ପିଟାଲ ନେଉଥିଲା ପୁଅ। ହେଲେ ବାଟରେ ଘଟିଗଲା ଅଘଟଣ।

author-image
Niharika Rout
undefined

Accident

କିଛି ଦିନ ହେବ ଅସୁସ୍ଥ ଥିଲା ମା’ । ମା’କୁ ଭଲ କରିବାକୁ ଆପ୍ରାଣ ଚେଷ୍ଟା ଚଳାଇଥିଲା ପୁଅ। କିଛି ଦିନ ହେବ ମେଡିସିନ ଦେଉଥିବା ସତ୍ତ୍ୱେ ଭଲ ହେଉ ନ ଥିଲା ମା’ । ଏଥିରେ ନିରାଶ ହୋଇ ପଡ଼ିଥିବା ପୁଅ ମା’କୁ ସୁସ୍ଥ କରିବା ନିମନ୍ତେ ଆଜି ସକାଳେ ହସ୍ପିଟାଲ ନେଉଥିଲା । ହେଲେ ବାଟରେ ଘଟିଗଲା ଅଘଟଣ। ମେଡିକାଲରେ ପହଞ୍ଚିବା ପୂର୍ବରୁ ବାଇକ୍‌ରେ ଯାଉଥିବା ମା’, ପୁଅଙ୍କୁ ପିଟିଦେଲା ଟ୍ରକ୍‌।

Advertisment

ଘଟଣାସ୍ଥଳରେ ମା’ର ମୃତ୍ୟୁ ଘଟିଥିବା ବେଳେ ମରଣ ସହ ସଂଘର୍ଷ କରୁଛି ପୁଅ। ଏପରି ଏକ ଦୁଃଖଦ ଘଟଣା ଆଜି ବୌଦ୍ଧ ଜିଲ୍ଲା କିଆକଟା ମହାନଦୀ ବ୍ରିଜ ଉପରେ ଘଟିଛି। ମୃତା ମହିଳା ହେଲେ ଅନୁଗୁଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ କାଦପଡା ଗ୍ରାମର ଗୁରୁବାରୀ ପ୍ରଧାନ (୬୦) । ଏହି ଦୁର୍ଘଟଣାରେ ତାଙ୍କ ପୁଅ ସୁଜିତ୍ ପ୍ରଧାନ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଗୁରୁବାରୀଙ୍କ ଦେହ କିଛି ଦିନ ହେବ ଅସୁସ୍ଥ ରହୁଥିବାରୁ ସୁଜିତ ଚିନ୍ତିତ ରହୁଥିଲେ।  ଏଥିପାଇଁ ଆଜି ସକାଳେ ସୁଜିତ ମା’ଙ୍କୁ ବାଇକ୍‌ ଯୋଗେ ବୌଦ୍ଧ ହସ୍ପିଟାଲ ଆଣୁଥିଲେ। ମା’ଙ୍କୁ ଡାକ୍ତର ଦେଖାଇ ମେଡିସିନ ଧରି ଘରକୁ ଫେରିଥାନ୍ତେ ବୋଲି ଭାବିଥିଲେ। ହେଲେ ହଠାତ୍‌ ସବୁ କିଛି ଓଲଟପାଲଟ ହୋଇଗଲା।

Advertisment

ମହାନଦୀ ବ୍ରିଜ ଉପରେ ପଛରୁ ଆସୁଥିବା ଟ୍ରକ୍‌ଟି ବାଇକ୍‌କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ବୌଦ୍ଧ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଗୁରୁବାରୀଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ସୁଜିତଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ବୌଦ୍ଧ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Road Accident Boudh