Accident
ବାଇକକୁ ସାମ୍ନାରୁ ଧକ୍କା ଦେଲା ଟ୍ରକ୍। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଗ୍ରାମଞ୍ଚଳ ଥାନା ଅଧୀନ ତ୍ରୀଶଳପୁର ନିକଟରେ ଏହି ଦୁର୍ଘଟଣା ଘଟିଛି ।
Advertisment
ଗତକାଲି ବାଲେଶ୍ୱର ଅଭିମୁଖେ ଏକ ବୋରୱେଲ ଖୋଦେଇ ଟ୍ରକ ଯାଉଥିଲା। ତ୍ରୀଶଳପୁର ନିକଟରେ ଗାଡ଼ିଟି ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ୍ ସାମନାକୁ ଏକ ବାଇକ୍ ଚାଲି ଆସିଥିଲା।
ଫଳରେ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସଙ୍କଟାପନ୍ନ ଅବସ୍ଥାରେ ଉଭୟଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
