Advertisment

ବୋଲେରୋକୁ ସାଇଡ ମାରିଲା ଟ୍ରକ୍‌; ଜଣେ ମୃତ, ଡ୍ରାଇଭର ଗୁରୁତର

ଆଜି ସକାଳୁ ସକାଳୁ ରାଇପୁର ଦେଇ ଭବାନୀପାଟଣା ରାସ୍ତାରେ ଦ୍ରୁତ ଗତିରେ ଏକ ଟ୍ରକ ଯାଉଥିଲା l ଉକ୍ତ ସମୟରେ ମହାଳିଙ୍ଗ ପଟରୁ ଏକ ବୋଲୋରୋ ଯାଉଥିବା ବେଳେ ଚାନ୍ଦୋତରା ଛକରେ ତାହାକୁ ପଛ ପଟରୁ ପିଟିଲା ଟ୍ରକ୍‌।

author-image
Niharika Rout
Bolero

Bolero

ବୋଲେରୋକୁ ସାଇଡ ମାରିଲା ଟ୍ରକ୍‌। ଏହି ଦୁର୍ଘଟଣାରେ ବୋଲେରୋର ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭରଙ୍କ ଅବସ୍ଥା ଗୁରତର ଅଛି। ଏପରି ଏକ ଦୁର୍ଘଟଣା ଆଜି ସକାଳୁ ବଲାଙ୍ଗୀର ଜିଲ୍ଲା ସିଂଧେକେଲା ଥାନା ଚାନ୍ଦୋତରା ଛକ ନିକଟରେ ଘଟିଛି। l

Advertisment

ଆଜି ସକାଳୁ ସକାଳୁ ରାଇପୁର ଦେଇ ଭବାନୀପାଟଣା ରାସ୍ତାରେ ଦ୍ରୁତ ଗତିରେ ଏକ ଟ୍ରକ ଯାଉଥିଲା l ଉକ୍ତ ସମୟରେ ମହାଳିଙ୍ଗ ପଟରୁ ଏକ ବୋଲୋରୋ ଯାଉଥିବା ବେଳେ ସେଥିରେ ଡ୍ରାଇଭର ସମେତ ୨ ଜଣ ଥିଲେ। ଚାନ୍ଦୋତରା ଛକରେ ଟ୍ରକ୍‌ଟି ବୋଲେରୋର ବାମ ପଟକୁ ସାଇଡ ମାରିଥିଲା। ଫଳରେ ବୋଲେରୋରେ ବାମ ପଟେ ବସିଥିବା ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ହୋଇ ପଡ଼ିଛନ୍ତି। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସିଂଧେକେଲା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

 ଏହି ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ସିଂଧେକେଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିଦ୍ୱୟକୁ ଜବତ କରି ତଦନ୍ତ ଆରମ୍ଭ କରିଛି l 

Advertisment

ଏହି ଘଟଣା ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଚାନ୍ଦୋତରା ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ଅଟକି ରହିଛି । ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି। 

Accident Road Accident