Advertisment

ରାତି ଅଧରେ ହୋମଗାର୍ଡଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ପାରାଦୀପର ଦୋଛକିରେ କାର୍ଯ୍ୟରତ ଥିବା ଜଣେ ହୋମଗାର୍ଡଙ୍କ ଉପରେ ମାଡ଼ିଗଲା ଟ୍ରକ୍‌ ।

Tension Situation

Tension Situation

Advertisment

ଜଗତସିଂହପୁର ଜିଲ୍ଲା ପାରାଦୀପରେ ଗତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପାରାଦୀପର ଦୋଛକିରେ କାର୍ଯ୍ୟରତ ଥିବା ଜଣେ ହୋମଗାର୍ଡଙ୍କ ଉପରେ ମାଡ଼ିଗଲା ଟ୍ରକ୍‌ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି।

Advertisment

ମୃତକ ହେଲେ ରାଜନ୍‌ ପ୍ରଧାନ । ସେ ଲକ୍‌ ଥାନାରେ କାର୍ଯ୍ୟରତ ଥିଲେ । ଗତ ରାତିରେ ରାଜନ୍‌ ଡ୍ୟୁଟିରେ ଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ତାଙ୍କୁ ଚାପି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।

ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାସ୍ଥଳରେ ଶତାଧିକ ବାଲିଡିଆ ଗ୍ରାମବାସୀ ପହଞ୍ଚିଥିବା ବେଳେ ଉତ୍ତେଜନା ଦେଖାଦେଇଛି। ତୁରନ୍ତ କ୍ଷତିପୂରଣ ଦାବିରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି।

Advertisment

ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିଲେ ବି ସ୍ଥିତି ନିୟନ୍ତ୍ରଣକୁ ଆସି ନ ଥିବା ଜଣାଯାଇଛି।

Paradip Roadaccident Jagatsinghpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe