Advertisment

ଘରେ ଶୋଇଥିଲେ ବୃଦ୍ଧା, ଚଢ଼ିଗଲା ଟ୍ରକ୍‌

ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ରାସ୍ତା ପାର୍ଶ୍ୱରେ ଥିବା ଘରେ ପଶି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଘରେ ଶୋଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି।

Accident

Accident

Advertisment

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ଦାଣ୍ଡ ବୋଷ ଗାଁରେ ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ରାସ୍ତା ପାର୍ଶ୍ୱରେ ଥିବା ଘରେ ପଶି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଘରେ ଶୋଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରୁ ଅନ୍ୟ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଉପଯୁକ୍ତ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି। ମୃତା ବୃଦ୍ଧାଜଣକ ୬୦ ବର୍ଷୀୟା କମଳା ପାତ୍ର ବୋଲି ଜଣାଯାଇଛି।

Advertisment

ଦାଣ୍ଡ ବୋଷ ଗାଁରେ କମଳା ପାତ୍ର ନିଜ ପରିବାର ସହ ରହୁଥିବା ବେଳେ ଗତ ରାତିରେ ସମସ୍ତେ ଶୋଇଥିଲେ। କମଳା ଘରେ ଲକ ଖଟିଆରେ ଶୋଇଥିଲେ। ମାତ୍ର ଆଜି ଭୋରୁ ହଠାତ୍‌ ଏକ ଟ୍ରକ୍‌ ତାଙ୍କ ଘର ଉପରେ ମାଡ଼ି ଯାଇଥିଲା। ଫଳରେ ଭିତରେ ଖଟିଆରେ ଶୋଇଥିବା କମଳାଙ୍କୁ ଟ୍ରକ୍‌ ଚଢ଼ାଇ ଦେଇଥିଲା।

ଘଟଣାସ୍ଥଳରେ ହିଁ କମଳାଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାରର ଆଉ ୭ ସଦସ୍ୟ ବର୍ତ୍ତି ଯାଇଛନ୍ତି। ଏହି ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଗାଡ଼ି ଛାଫି ଫେରାର ହୋଇ ଯାଇଛି।

Advertisment
Tensionଉତ୍ତ୍ୟକ୍ତ ଲୋକଙ୍କୁ ପ୍ରଶାସନିକ ଅଧିକାରୀ ବୁଝାଶୁଝା କରୁଛନ୍ତି।

ତୁରନ୍ତ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଘର ମରାମତି ଦାବି କରି କମଳାଙ୍କ ପରିବାର ସମେତ ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି।

ଖବର ପାଇ ରାଇରଙ୍ଗପୁର ଏସଡିପିଓ ଗୋକୁଳା ନନ୍ଦ ସାହୁ, ପୁଲିସ୍‌ ଟିମ୍‌ ଓ ରାଇରଙ୍ଗପୁର ତହସିଲଦାର ବିଶ୍ଵନାଥ ବିଶ୍ଵାଳ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛନ୍ତି। ମାତ୍ର ଆନ୍ଦୋଳନକାରୀ ନିଜ ଜିଦ୍‌ରେ ଅଟଳ ଅଛନ୍ତି। କ୍ଷତିପୂରଣ ମିଳିଲେ ରାସ୍ତାରୋକରୁ ହଟିବେ ବୋଲି ସେମାନେ କହିଛନ୍ତି।

Accident Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe