Advertisment

ଘାଟିରେ ହେଲା ବ୍ରେକ୍ ଫେଲ୍‌, ଟ୍ରକ୍‌କୁ ପିଟିଲା ଟ୍ରକ୍‌

ଘାଟିରେ ବ୍ରେକ୍ ଫେଲ୍‌ ହୋଇଥିବା ଏକ ଲୁହା ପଥର ବୋଝେଇ ଟ୍ରକ୍‌ ଆଗରେ ଯାଉଥିବା ଏକ ଟ୍ରକ୍‌କୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି।

Accident

Accident

Advertisment

ସୁନ୍ଦରଗଡ ଜିଲ୍ଲା କେବଲାଙ୍ଗ ଥାନା ଚୁନାଘାଟିରେ ଘଟିଛି ଗତ ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଘାଟିରେ ବ୍ରେକ୍ ଫେଲ୍‌ ହୋଇଥିବା ଏକ ଲୁହା ପଥର ବୋଝେଇ ଟ୍ରକ୍‌ ଆଗରେ ଯାଉଥିବା ଏକ ଟ୍ରକ୍‌କୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି।ଏହି ଦୁର୍ଘଟଣାରେ ଟ୍ରକ୍‌ଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଚୂରମାର ହୋଇ ଯାଇଥିବା ବେଳେ  ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।

Advertisment

ଗତକାଲି ରାତିରେ ଚୁନାଘାଟିରେ ଏକ ଲୁହା ପଥର ବୋଝେଇ ଟ୍ରକ୍‌ ଯାଉଥିବା ବେଳେ ତାହା ହଠାତ୍‌ ବ୍ରେକ୍‌ ଫେଲ୍‌ ହୋଇଥିଲା। ଫଳରେ ଟ୍ରକ୍‌ଟି ଆଗରେ ଯାଉଥିବା ଟ୍ରକ୍‌କୁ ପିଟିବା ସହ ବହୁ ବାଟ ଘୋଷାଡ଼ି ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ଧକ୍କା ଦେଇଥିବା ଟ୍ରକ୍‌ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ତା’ ଭିତରେ ଡ୍ରାଇଭର ଓ ହେଲପର ଚାପି ହୋଇ ରହି ଯାଇଥିଲେ।

ଖବର ପାଇ ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ ଟ୍ରକ୍‌କୁ କାଟି ଉଭୟ ଡ୍ରାଇଭର ଓ ହେଲପରଙ୍କୁ ବାହାର କରା ଯାଇଥିଲା। ମାତ୍ର ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ହେଲପରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟ ଡ୍ରାଇଭର ଓ ହେଲପରଙ୍କ ପରିଚୟ ମିଳିନି।

Advertisment
Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe