Advertisment

ଟ୍ରକ୍‌କୁ ପିଟିଲା ଟ୍ରକ୍‌; ରାତି ସାରା ଚାପି ହେଲେ ଡ୍ରାଇଭର

ଏକ ଟ୍ରକ୍‌ ଆଉ ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇଛି। ଫଳରେ ପଛ ଗାଡ଼ିର ଡ଼୍ରାଇଭର ଜଣକ ଗାଡ଼ିରେ ଚାପି ହୋଇ ରହିଛନ୍ତି।

Truck

Truck

Advertisment

ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଘଟଗାଁ ରାସ୍ତାର ଦରଖଳା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଆଉ ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇଛି। ଫଳରେ ପଛ ଗାଡ଼ିର ଡ଼୍ରାଇଭର ଜଣକ ଗାଡ଼ିରେ ଚାପି ହୋଇ ରହିଛନ୍ତି।

Advertisment

ଜାତୀୟ ରାଜପଥ ୨୦ର ଆନନ୍ଦପୁର ଘଟଗାଁ ରାସ୍ତାର ଦରଖଳା ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛରୁ ଦ୍ରୁତ ଗତିରେ ଆସୁଥିବା ଆଉ ଏକ ଟ୍ରକ୍‌ ପିଟିଥିଲା। ଫଳରେ ପଛ ଟ୍ରକ୍‌ର ଆଗ ପାର୍ଶ୍ୱ ସମ୍ପୂର୍ଣ୍ଣ ଚାପି ହୋଇ ଯାଇଛି। ଆଗ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।

ଡ୍ରାଇଭରଜଣକ ରାତି ସାରା ଗାଡ଼ିରେ ଚାପି ହୋଇ ଯାଇଥିବା ବେଳେ ସକାଳୁ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିବା ଜଣାଯାଇଛି। ଖୁବ୍ ଶିଘ୍ର ସଂପୃକ୍ତ ଡ଼୍ରାଇଭରଙ୍କୁ ଉଦ୍ଧାର କରାଯିବାକୁ ଉଦ୍ୟମ କରାଯାଉଛି। ତେବେ ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ସେ ଟ୍ରକ୍‌ରୁ ବାହାରି ନ ଥିବା ଜଣାଯାଇଛି। ଏଥିଯୋଗୁ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି।

Advertisment
Accident Keonjhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe