Advertisment

ଟ୍ରକ୍‌କୁ ପିଟିଲା ଟ୍ରକ୍‌; ଆଖି ବୁଜିଲେ ହେଲପର, ଡ୍ରାଇଭର ଗୁରୁତର

ଏକ ଟ୍ରକ୍‌କୁ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ପିଟିବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି।

Accident

Accident

Advertisment

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପଥରବନ୍ଧ ଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌କୁ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ପିଟିବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି ।

Advertisment

ଖୋର୍ଦ୍ଧା ଜିଲ୍ଲା ଏନ୍ଏଚ୍-୧୬ ଟାଙ୍ଗୀ ପଥରବନ୍ଧ ଛକ ନିକଟରେ ଆଜି ସକାଳେ ଏକ ଟ୍ରକ୍‌ ଛିଡ଼ା ହୋଇଥିଲା। ହେଲପରଜଣକ ଗାଡ଼ିର ଟାୟାର ବଦଳାଉଥିଲେ। ଉକ୍ତ ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ହେଲପରଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭରଜଣକ ଗୁରୁତର ହୋଇଛନ୍ତି।

ଖବର ପାଇ ପୁଲିସ୍‌ ତଥା ସ୍ଥାନୀୟ ଲୋକେ ପହଞ୍ଚିଥିବା ବେଳେ ଗୁରୁତର ଡ୍ରାଇଭରଙ୍କୁ ଖୋର୍ଦ୍ଧା ମେଡିକାଲ ସ୍ଥାନାନ୍ତର କରାଯାଇଛି। ତାଙ୍କ ପରିଚୟ ଜଣା ପଡ଼ି ନ ଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାଯାଇଛି।

Advertisment
Accident Khorda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe