Advertisment

ଟ୍ରକ୍‌କୁ ପିଟିଲା ଟ୍ରକ୍‌, ୪୦ ଫୁଟ ତଳକୁ ଖସିଲା ଗାଡ଼ି

ଘଟଣା ସ୍ଥଳରେ ଟ୍ରକ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଟ୍ରକ୍‌ର ଡ୍ରାଇଭର ଗୁରୁତର ହୋଇଛନ୍ତି ।

Accident

Accident

Advertisment

ଟ୍ରକକୁ ପଛପଟୁ ପିଟିଲା ଟ୍ରକ । ଘଟଣା ସ୍ଥଳରେ ଟ୍ରକ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଟ୍ରକ୍‌ର ଡ୍ରାଇଭର ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ ନିକଟରେ ଆଜି ସକାଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

Advertisment

ସୂଚନା ଅନୁଯାୟୀ, ଆଜି ସକାଳେ ବାଲେଶ୍ୱରରୁ ଜଳେଶ୍ୱର ଅଭିମୁଖେ ଦୁଇଟି ଟ୍ରକ୍‌ ଆଗ ପଛ ହୋଇ ଯାଉଥିଲେ। ବସ୍ତା ବାଇପାସ ନିକଟରେ ଆଗରେ ଯାଉଥିବା ଟ୍ରକ୍‌ଟି ଛିଡା ହେବା ପାଇଁ ରାସ୍ତା ପାର୍ଶ୍ୱରେ ବେଗ କମାଇଥିଲା। ଉକ୍ତ ସମୟରେ ପଛ ପଟୁ ଆସୁଥିବା ଅନ୍ୟ ଏକ ଟ୍ରକ ଦ୍ରୂତଗତିରେ ଆସି ଟ୍ରକ୍‌କୁ ପଛପଟୁ ଜୋରରେ ଧକ୍କା ଦେଇଥିଲା ।

ଯାହା ଫଳରେ ପଛ ଟ୍ରକରେ ଥିବା ହେଲପର ଗାଡି ଭିତରେ ଚାପି ହୋଇ ଘଟଣା ସ୍ଥଳରେ ପ୍ରାଣ ହରାଇଥିବା ବେଳେ ଡ୍ରାଇଭର ଗୁରୁତର ହୋଇଥିଲେ । ଧକ୍କା ହେବା ଫଳରେ ଆଗରେ ଯାଉଥିବା ଟ୍ରକଟି ଭାରସାମ୍ୟ ହରାଇ ଜାତୀୟ ରାଜପଥରୁ ୪୦ ଫୁଟ ତଳକୁ ଖସି ନୟନଜୋଡିରେ ପଡ଼ିଥିଲା। ଯାହା ଫଳରେ ଆଗ ଟ୍ରକର ଡ୍ରାଇଭର ଗୁରୁତର ହୋଇ ପଡ଼ିଛନ୍ତି।

Advertisment

ଖବର ପାଇ ବସ୍ତା ପୁଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ହସପିଟାଲକୁ ପଠାଇଥିଲେ । ସେଠାରେ ଡାକ୍ତର ହେଲପରଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଦୁଇ ଟ୍ରକ୍‌ ଡ୍ରାଇଭରଙ୍କ ଚିକିତ୍ସା କରାଯାଉଛି। ଏହି ଘଟଣାରେ ପୁଲିସ ଦୁଇଟି ଟ୍ରକ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

Balasore Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe