Accident
ଟ୍ରକ୍କୁ ପିଟିଲା ଟ୍ରକ୍। ଫଳରେ ସେଥିରେ ଚାପି ହୋଇ ରହିଗଲେ ଡ୍ରାଇଭର। ୪ ଘଣ୍ଟା ହେଲାଣି ଡ୍ରାଇଭରଜଣକ ଟ୍ରକ୍ରେ ଚାପି ହୋଇ ରହିଥିବା ବେଳେ ତାଙ୍କୁ ଉଦ୍ଧାର ପାଇଁ ଚାଲିଛି ଜୋରସୋର ଉଦ୍ୟମ । ଏପରି ଏକ ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଚାରବାଟି ଛକ ୫୫ ନମ୍ବର ରାସ୍ତାରେ ଘଟିଛି।
ଏକ ଟ୍ରକ୍ ଖରାପ ହୋଇ ଚାରବାଟି ଛକ ୫୫ ନମ୍ବର ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା। ରାତି ପ୍ରାୟ ୪ଟା ସମୟରେ ଅନ୍ୟ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଠିଆ ହୋଇଥିବା ଟ୍ରକ୍ ସହ ପିଟି ହୋଇଥିଲା । ଫଳରେ ପଛପଟ ଟ୍ରକର ସମ୍ମୁଖ ଅଂଶ ଚାପି ହୋଇଯାଇଥିବା ବେଳେ ତାହାର ଡ୍ରାଇଭର ଚାପି ହୋଇ ରହିଛନ୍ତି।
ପୁଲିସ, ଦମକଳ ବାହିନୀକୁ ଖବର ଦେବାପରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଗାଡ଼ି ଦୁଇଟି ସମ୍ପୂର୍ଣ୍ଣ ଚାପି ହୋଇ ଯାଇଥିବାରୁ ଜେସିବି, ଗ୍ୟାସ୍ କଟର ସାହାଯ୍ୟ ନିଆଯାଉଛି । ଡ୍ରାଇଭରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବାକୁ ପ୍ରାଥମିକତା ଦିଆଯାଉଛି। ଏଥିନିମନ୍ତେ ଅଗ୍ନିଶମ ବାହିନୀ ଓ ପୁଲିସ ଉଦ୍ୟମ ଜାରି ରଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
