Advertisment

ଅଜଣା ଗାଡ଼ିକୁ ପିଟିଲା ଟ୍ରକ୍‌, ଚାପି ହୋଇଗଲେ ଡ୍ରାଇଭର

ଏକ ଟ୍ରକ୍‌ ପଶ୍ଚିମବଙ୍ଗରୁ କଟକ ଅଭିମୁଖେ ଯାଉଥିବା ବେଳେ ବିଳମ୍ବିତ ରାତିରେ ଅଜଣା ଗାଡିକୁ ଧକ୍କା ଦେଇଥିଲା। ଫଳରେ ଟ୍ରକରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାପି ହୋଇ ହୋଇ ଯାଇଥିଲେ ଡ୍ରାଇଭର।

Accident

Accident

Advertisment

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଏକତାଳି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ପଶ୍ଚିମବଙ୍ଗରୁ କଟକ ଅଭିମୁଖେ ଯାଉଥିବା ବେଳେ ବିଳମ୍ବିତ ରାତିରେ ଅଜଣା ଗାଡିକୁ ଧକ୍କା ଦେଇଥିଲା। ଫଳରେ ଟ୍ରକରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାପି ହୋଇ ହୋଇ ଯାଇଥିଲେ ଡ୍ରାଇଭର।

Advertisment

ଖବର ପାଇ ଘଟଣାସ୍ଥଳରେ ଜାତୀୟ ରାଜପଥ ପାଟ୍ରୋଲିଂ ପୁଲିସ ପହଞ୍ଚିଥିଲା। ବହୁ ପରିଶ୍ରମ ପରେ କଟର ମେସିନ ସାହାଯ୍ୟରେ କ୍ୟାବିନକୁ କାଟିବାକୁ ସେମାନେ ସଫଳ ହୋଇଥିଲେ। ଏହାପରେ ସେଠାରୁ ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଥିଲା।

ତୁରନ୍ତ ତାଙ୍କୁ ଜାତୀୟ ରାଜପଥ ଆମ୍ବୁଲାନ୍ସ ସାହାଯ୍ୟରେ ପ୍ରଥମେ ବସ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ଜଳେଶ୍ୱର ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Advertisment
Balasore Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe