Advertisment

ବାଙ୍ଗିରିପୋଷି ଘାଟିରେ ପୁଣି ଓଲଟିଲା ଟ୍ରକ୍

ମହାରାଷ୍ଟ୍ରର ନାସିକରୁ ପିଆଜ ନେଇ ଆସୁଥିବା ଏକ ଟ୍ରକ୍ ବାଙ୍ଗିରିପୋଷି ଘାଟି ଓହ୍ଲାଉ ଥିବା ବେଳେ ବ୍ରେକ୍ ଫେଲ୍ ହୋଇଯାଇଥିଲା।

Accident

Accident

Advertisment

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଆଜି ପୁଣି ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।

Advertisment

ମହାରାଷ୍ଟ୍ରର ନାସିକରୁ ପିଆଜ ନେଇ ଆସୁଥିବା ଏକ ଟ୍ରକ୍ ବାଙ୍ଗିରିପୋଷି ଘାଟି ଓହ୍ଲାଉ ଥିବା ବେଳେ ବ୍ରେକ୍ ଫେଲ୍ ହୋଇଯାଇଥିଲା। ଏହା ପରେ ଟ୍ରକ୍‌ରେ ଥିବା ଦ୍ଵିତୀୟ ଡ୍ରାଇଭର ଜଣଙ୍କ ଓହ୍ଲାଇ ଗାଡ଼ିକୁ ଅଟକାଇବାକୁ ଚକ ଆଗରେ କିଛି ଜିନିଷ ରଖିବାକୁ ଚେଷ୍ଟା କରୁଥିବା ବେଳେ ଅସାବଧାନତା ଯୋଗୁଁ ଚକ ତଳେ ଚାପି ହୋଇ ଯାଇଥିଲେ। ଏହା ପରେ ଟ୍ରକ୍‌ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା।

ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ ତଳେ ଚାପି ହୋଇ ରହିଯାଇଥିବା ଡାଇଭରଙ୍କୁ ଉଦ୍ଧାର କରାଯାଇ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଚାରି ଦିନ ତଳେ ବାଙ୍ଗିରିପୋଷି ଘାଟିର ଠିକ୍ ସେହି ସ୍ଥାନରେ ଏକ ଯାତ୍ରା ପାର୍ଟିର ଟ୍ରକ୍ ଦୁର୍ଘଟଣା ହୋଇଥିଲା। ଏଥିରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।

Road Accident Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe